ବାଇକ ଧକ୍କାରେ ଗୁରୁତର ନାବାଳକର ମେଡିକାଲରେ ମୃତ୍ୟୁ

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ସୋମବାର ଦିବା 2,30 ମିନଟ ସମୟରେ ଏକ ବାଇକ ସହିତ ସାଇକଲ ଧକ୍କା ହେବାରୁ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଵ୍ରହ୍ମପୁର ବଡ଼ମେଡିକାଲ୍ ରେ ରାତ୍ର 7,30 ରେ ମୃତୁ ଘଟିଥିବା ସୂଚନା ମଳିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଗ୍ରାମ ଆଳିଆ ସାହିର ସୂର୍ଯ୍ୟ ଜେନାଙ୍କ ପୁଅ ଆଲୋକ ଜେନା 15, କୌଣସି କାମରେ ତୁଳସୀ ନଗରରେ ରହୁଥିବା ସାଙ୍ଗ ପଖକୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ସ୍ପ୍ଲେଣ୍ଡର ବାଇକ ଆଲୋକ କୁ ଧକ୍କା ହେବା ଫଳରେ ସାଇକଲରେ ଥିବା ଆଲୋକ ଛିଟିକି ପଡ଼ି ତଳେ ପଡିଯାଇଥିଲା। ଫଳରେ ତାରଛାତିରେ ଗଭୀର ଆଘାତ ଲାଗି ସେନ୍ସ ପଳେଇଯାଇଥିଲା। ଏହାପରେ ଉପସ୍ଥିତ ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଆଲୋକକୁ ଉଦ୍ଧାର କରି ଅଟୋ ଯୋଗେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଆଲୋକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଞ୍ଜନଗର ପଠେଇ ଦେଇଥିଲେ। କିନ୍ତୁ ଭଞ୍ଜନଗର ମେଡ଼ିକାଲରେ ବି ଆଲୋକର ସେନ୍ସ ନଫେରିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ରେଫେର କରାଯାଇଥିଲା । ରାତ୍ର 7,30 ମିନଟ ସମୟରେ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ ଘଟିଥିବା ସୂଚନା ମିଳିଛି । ମୃତୁ ଘବର ପ୍ରଚାରିତ ହେବାପରେ ବେଲଗୁଣ୍ଠାରେ ଶୋକର ଛାୟା ଖେଳିଯାଇଛି । ଆଲୋକ ଜଣେ ମେଧାବି ଛାତ୍ର ଥିଲା ଓ ସେ ଏନ ସି ସି ରେ ମିସି ବହୁତ ଜାଗାରେ ପୁରସ୍କୃତ ହୋଇଥିଲା । ଆସନ୍ତା କାଲି ଵ୍ରହ୍ମପୁରରେ ଶବ ବେବଛେଦ ହେବାପରେ ଆଲୋକର ଶବକୁ ତାର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି

Leave A Reply

Your email address will not be published.