ଡାବୁଗାଁ ରେ ସମାରୋହରେ ବିଶ୍ଵକର୍ମା ପୂଜା ପାଳିତ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୬/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ବିଭିନ୍ନ ସ୍ଥାନରେ ମହା ସମାରୋହରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ ହୋଇଯାଇଛି। ସବୁ ପର୍ବପର୍ବାଣୀ ପରି ବିଶ୍ଵକର୍ମା ଙ୍କ ପୂଜା ମଧ୍ୟ ଆନନ୍ଦ ଉଲ୍ଲାସ ର ସହ ଆଜି ପାଳିତ ହୋଇଯାଇଛି। ବିଶ୍ଵକର୍ମା ଙ୍କ ପୂଜା କୁ ନେଇ ଡାବୁଗାଁ ଚଳଚଞ୍ଚଳ ରହିବା ସହ ଭକ୍ତ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ଡାବୁଗାଁ ଜୟନ୍ତିନଗର ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ରେଭିନ୍ୟୁ ସାହି ସ୍ଥିତ ଡାବୁଗାଁ ବ୍ଲକ ରାଜମିସ୍ତ୍ରୀ ସଂଘ, ଭେଲୁଆ ଗୁଡା ରାଜମିସ୍ତ୍ରୀ ସଂଘ ତଥା ଅନ୍ୟାନ୍ୟ ସ୍ଥାନରେ ବିଶ୍ଵକର୍ମା ଙ୍କ ପୂଜା କରାଯାଇଥିଲା। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି କୁ ଶୁଦ୍ଧପୂତ କରି ପୂଜା କରାଯାଇଥିଲା। ସମସ୍ତ ପୂଜା ସ୍ଥଳରେ ରଙ୍ଗୀନ ଆଲୋକ ମାଳାରେ ସଜା ଯାଇଥିବା ବେଳେ କିଛି ପୂଜା ମଣ୍ଡପ ରେ ରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି। ବିଦ୍ୟୁତ ବିଭାଗ ତରଫରୁ ଆଜି କର୍ତ୍ତା ଭାବେ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ତଥା ବ୍ଲକ କାର୍ଯ୍ୟାଳୟ ପୂଜା ରେ କର୍ତ୍ତା ଭାବେ ସହକାରୀ ଯନ୍ତ୍ରୀ ମାନସ କୁମାର ନେଟ୍ଟି ପୂଜା କରିଥିଲେ। ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ତରଫରୁ ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ଭୋଗ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ବିଶ୍ଵକର୍ମା ଙ୍କ ପୂଜାରେ ସହକାରୀ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ,ଦିଲୀପ ମିଶ୍ର ଓ ଅଭିନାଶ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.