ପଦ୍ମପୁର:- ଆସନ୍ତା ସେପ୍ଟେମ୍ୱର ୨୦ ଏବଂ ୨୧ ତାରିଖ ରେ ଦୁଇଦିନ ବ୍ୟାପି ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ବାରା ପ୍ରାୟୋଜିତ ଜାତୀୟ ସଂପାନ୍ନ ଶୀର୍ଷକ “Artificial Intelligence: Vision, Opportunity and Challenges” ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା, ସଂଯୋଜକ ଡଃ ତୁଷାରକାନ୍ତ ସାହୁ, ସହ-ସଂଯୋଜକ ଡଃ ଭେଙ୍କଟେଶ୍ଵର ମେହେର, IQAC କୋର୍ଡିନେଟର୍ ଶ୍ରୀ ନବକୃଷ୍ଣ ମିଶ୍ର ଓ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଜଣାଇଛନ୍ତି। ଉକ୍ତ ଜାତୀୟ ସଂପାନ୍ନ ଟି ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ଏବଂ IQAC ର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ। ପ୍ରକାଶ ଥାଉ କି ମହାବିଦ୍ୟାଳୟ ର ଏହା ତୃତୀୟ ଜାତୀୟ ସଂପାନ୍ନ। ଆଗରୁ ଅର୍ଥନୀତି ବିଭାଗ ଦ୍ଵାରା ଗୋଟିଏ ଏବଂ ଶିକ୍ଷା ବିଭାଗ ଦ୍ଵାରା ଗୋଟିଏ ଜାତୀୟ ସଂପାନ୍ନ ଅନୁଷ୍ଠିତ ହୋଇଥିଲା। ଜାତୀୟ ସଂପାନ୍ନର ପ୍ରଥମ ଦିବସରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଵିଧୁ ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦ୍ଘାଟନ କରିବେ ଏବଂ ଦ୍ଵିତୀୟ ଦିବସର ଉଦଯାପନୀ ଉତ୍ସବରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗଦାନ କରି ନିଜର ବକ୍ତବ୍ୟ ରଖିବେ। ଉକ୍ତ ଜାତୀୟ ସଂପାନ୍ନକୁ ହିମାଚଳ ପ୍ରଦେଶ, ଇନ୍ଦୋର, ନୂଆଦିଲ୍ଲୀ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମୁମ୍ବାଇ, ଝାରଖଣ୍ଡ, ଗୁଜରାଟ, ଆସାମ, ମହାରାଷ୍ଟ୍ର, ଛତିଶଗଡ ଓ ଭୁବନେଶ୍ବର ରୁ ସମ୍ବଳ ବିଶେଷଜ୍ଞ ମାନେ ଯୋଗଦାନ କରିବେ ଏବଂ ଆଖପାଖ ର ସମସ୍ତ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିବେ ବୋଲି ସଂପାନ୍ନର ସେକ୍ରେଟାରୀ ସୁଶ୍ରୀ ସସ୍ମିତା ମେହେର କହିଛନ୍ତି।
Sign in
Sign in
Recover your password.
A password will be e-mailed to you.