ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀଙ୍କୁ ଭୁବନେଶ୍ୱର ଗସ୍ତ ପୂର୍ବରୁ ଭବ୍ୟ ସମ୍ବର୍ଦ୍ଧନା

0 2

ନବରଙ୍ଗପୁର: ତା ୧୬.୯.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ଭୁବନେଶ୍ୱର ଗଲେ ନବରଙ୍ଗପୁର ଜିଲ୍ଲାରୁ ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀ। ଆସନ୍ତା କାଲି ୧୭.୯.୨୦୨୪ ରିଖ ରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବା ସୁଭଦ୍ରା ଯୋଜନା ରେ ସାମିଲ ହେବାପାଇଁ ୧୦୦ ଜଣ ସୁଭଦ୍ରା ହିତାଧୀକାରୀ ୨ ଟି ବସ ରେ ଭୁବନେଶ୍ୱର ଯାତ୍ରା କରିଛନ୍ତି।ଏହି ପରିପେକ୍ଷିରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ରେ ଜିଲାପାଳ ଡ ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତା ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ସମ୍ବର୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ତଥା ନୋଡାଲ ଅଧିକାରୀ ,ସୁଭଦ୍ରା ଯୋଜନା ବିରଞ୍ଚି ନାରାୟଣ ଦର ୱାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ,ଡି ଏସ ଡବ୍ଲୁ ଓ ଦ୍ରପୌଦି କହଁର, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ଜିଲ୍ଲାପାଳ ସମସ୍ତ ହିତାଧୀକାରୀ ଙ୍କୁ ଉତ୍ସାହିତ କରି ସମସ୍ତଙ୍କ ପାଇଁ ଖାଦ୍ୟ, ଔଷଧ,ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି କହିବା ସଙ୍ଗେ ସମସ୍ତଙ୍କୁ ଯାତ୍ରା ର ଶୁଭ କାମନା କରିଥିଲେ। ହିତାଧୀକାରୀ ମାନଙ୍କ ସୁବିଧା ପାଇଁ ୪ ଜଣ ନୋଡାଲ ଅଧିକାରୀ ,୨ ଜଣ ଏ ଏନ୍ ଏମ ଓ ସୁପରଭାଇଜର ଭୁବନେଶ୍ୱର ଗସ୍ତ କରୁଛନ୍ତି।ଅଧିକାରୀଗଣ ବସ କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.