ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଭାରତବର୍ଷରେ ଗୁରୁ ଶିଷ୍ଯ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁ ପାରି ନଥାଏ । ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ । ଶିକ୍ଷା ପ୍ରଦାନ ସହିତ ଜୀବନକୁ ମାର୍ଜିତ, ଶ୍ରୁଖଂଳିତ କରିବାରେ ଅତୁଳନୀୟ ଅବଦାନ ଥିବା ସେହି ଗୁରୁକୁଂ ଆଜି ସବୁଠି ପାଇଛନ୍ତି ପୂଜା । ଏହି କ୍ରମରେ ଆଜି ଘୁ.ଉଦୟଗିରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଛି ଗୁରୁ ଦିବସ ।
ଇନ୍ଦିରା ପ୍ରିୟଦର୍ଶିନୀ ମହିଳା କଲେଜରେ ଅଧକ୍ଷ ଶିବରାମ ସାହୁକଂ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟାପିକା ସୁଧାରାଣୀ ପାତ୍ର, ମିନତୀ କୁମାରୀ ଦାଶ, ଶସ୍ମୀତା କୁମାରୀ ଦାଶ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଆଜି ଏହି ପବିତ୍ର ଦିବସ ସଂପର୍କରେ ଆଲୋକପାତ କରିବା ସହିତ ଉଜ୍ଜ୍ବଳ ଭବିଶ୍ୟତ କାମନା କରିଥିଲେ । ଏହା ସହିତ ଛାତ୍ରୀମାନେ ଆଜି ପବିତ୍ର ଦିବସ ସଂପର୍କରେ ନିଜ ନିଜ ଅଭିଭାଷଣ ରଖିଥିଲେ ।
ସେହି ଭଳି ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭଗବାନ ପୂଜାରୀ ଥାନା ଅଧିକାରୀ, ମୁଖ୍ୟ ବକ୍ତା ଡ ପ୍ରଦୀପ କୁମାର ପଟ୍ଟନାୟକ ବରିଷ୍ଠ ସାହିତ୍ୟିକ,ସମ୍ମାନୀତ ଅତିଥି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ୭୫ ଜଣ କୁନି ବୈଜ୍ଞାନିକ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।
ସେହି ଭଳି ଘୁ.ଉଦୟଗିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇଛି । ପ୍ରାତଃ ପର୍ଯ୍ୟାୟ ବରିଷ୍ଠା ଆଚାର୍ଯ୍ୟା ସ୍ଵର୍ଣ୍ଣଲତା ସାହୁ ପ୍ରଦୀପ ପ୍ରଜ୍ଜଳନ ପରେ
ଗୁରୁଦିବସ ଉତ୍ସବରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟା ମନ୍ଦିର ଭାଇ ଭଉଣୀମାନେ ଗୁରୁଜୀ ଗୁରୁମାଙ୍କ ପାଦ ଧୋଇ ବନ୍ଦାପନା ପୂର୍ବକ ସସମ୍ମାନରେ ଭୂଷିତ କରାଇଥିଲେ ଏବଂ ୧୨ ଜଣ ଶିଶୁ ଭାଇ ଭଉଣୀ ଗୁରୁ ଦିବସ ଉପରେ ଅଭିଭାଷଣ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post