ସରସ୍ଵତୀ ଶିଶୁ ମନ୍ଦିର ରେ ଗୁରୁ ଦିବସ ପାଳିତ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି।ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ପୂର୍ବତନ ରାଷ୍ଟ୍ରପତି ,ଦାର୍ଶନିକ ତଥା ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗୁରୁ ଦିବସ ର ତାପ୍ତର୍ୟ୍ଯ ଓ ମହତ୍ତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ।ସେପ୍ଟେମ୍ବର ୫ ତାରିଖ ରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିନ କୁ ସାରା ଭାରତ ବର୍ଷରେ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ। ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଗୁଣାତ୍ମକ ଓ ମୂଲ୍ୟଭିତିକ ଶିକ୍ଷା ପ୍ରଦାନ କରି ସମାଜ ର ବିକାଶ ରେ ପ୍ରମୁଖ ଭୂମିକା ଗ୍ରହଣ ର ମୁଖ୍ୟ ପୁରୋଧା ସାଜିଛନ୍ତି ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ଗୁରୁଜୀ ଗୁରୂମା ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହ ବିଭିନ୍ନ ଉପହାର ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଡାବୁଗାଁ ର ବିଶିଷ୍ଟ ସମାଜ ସେବୀ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଗୁରୁଜୀ ଗୁରୁମା ଙ୍କୁ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରି ଗୁରୁ ରାଷ୍ଟ୍ର ନିର୍ମାଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ। କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ସଞ୍ଜୟ କୁମାର ପାଢୀ, ପୂର୍ବତନ ସମ୍ପାଦକ ଭଗବାନ ମହାନ୍ତି, ତଥା ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ସେହିପରି ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହ ବ୍ଲକ ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।

Leave A Reply

Your email address will not be published.