ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ଆଜି ଗୁରୁଦିବସ ପାଳନ ସହ ନୂଆ କରି ଆବକସ ପାଠପଢ଼ା ଆରମ୍ଭ ହୋଇଛି. ଏହି ଶିକ୍ଷା ପିଲାଙ୍କ ମାନସିକ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇପାରିବ. ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର ଏବଂ ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ କୃଷ୍ଣ ଶତପଥୀ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ. କୁନି କୁନି ଛାତ୍ର ଛାତ୍ରୀ ମାନେ ନୃତ୍ୟ ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସନ୍ନମାନୀତ କରିବା ସହ ଗୁରୁ ପୂଜନ କରିଥିଲେ. ମଣିଷ ଜୀବନରେ ଗୁରୁମାନଙ୍କ ଅବଦାନ ସମ୍ପର୍କରେ ଶ୍ରୀଯୁକ୍ତ କର ନିଜ ଅଭିଭାଷଣ ରେ ମତ ରଖିଥିବା ବେଳେ ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଶତପଥୀ ଗୁରୁ ମାନଙ୍କ ତ୍ୟାଗ ଓ ସାଧନା ସମ୍ପର୍କରେ ପିଲାଙ୍କୁ ଅବଗତ କରାଇଥିଲେ.ଛାତ୍ର ଛାତ୍ରୀମାନେ ମଧ୍ୟ ନିଜ ନିଜର ବକ୍ତବ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସନ୍ନମାନ ଜଣାଇ ପ୍ରଶଂସା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଅମ୍ରିତା ପାଣିଗ୍ରାହୀ, ପୂର୍ବାସା ମିଶ୍ର, ସାଗରୀକା ଶତପଥୀ, ନିବେଦିତା ଦାସ, ରଶ୍ମି ସାହୁ, ଦୀପାଞ୍ଜଳି ପାଳ, ମଧୁସ୍ମିତା ଵେବର୍ତ୍ତା, ଦୀପିକା ମିଶ୍ର, ବୀଣା ବେହେରା, ଏଲ. କଲ୍ୟାଣୀ, ଵି. ସିରିଷା, ଶ୍ରୀଲତା ଏବଂ ଶିକ୍ଷକ ଜ୍ଞାନେଶ୍ୱର ନାୟକ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ କର୍ମଚାରୀ ଉର୍ମିଳା ଭୁକ୍ତା, ସୋନାଲି ପାଲାକା, ମଞ୍ଜୁଲତା ପାଲାକା, ଅଙ୍କିତା ଶବର, ବାସନା ବିଡ଼ିକା ଓ ସୁଶାନ୍ତ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ବିଦ୍ୟାଳୟ ପରିଚାଳନା କମିଟିର ଏହି ମହତ ପଦକ୍ଷେପ ପାଇଁ ଅଭିଭାବକ ମହଲରୁ ପ୍ରଶଂସାର ସୁଅ ଛୁଟିଛି.