ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା- ୨୦୧୮

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଗୌଡକୁଦ ପ୍ରତିଯୋଗିତା ୨୦୧୮ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ଉଦ୍‍ଘାଟନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳିତ ଓ ନିଷ୍ଠାର ସହ ଯେକୌଣସି ଖେଳ ପ୍ରତି ଜଣେ ନିୟମିତ ଅଭ୍ୟାସ ରଖିଲେ ସୁନ୍ଦର ଓ ସୁସ୍ଥ ଶରୀର ଗଠନ ହେବ ଏବଂ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ଖେଳାଳୀ ହୋଇପାରିବ । ତେଣୁ ଖେଳଆଡେ ମନଭାବ ରଖି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ପ୍ରତିଯୋଗିମାନଙ୍କୁ ଆହ୍ୱାନ କରି ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଯୋଗଦେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବୟସଗ୍ରୁପ ୧୪,୧୬,୧୮,୨୦ ଏବଂ ବରିଷ୍ଠ ବିଭାଗ ଏଭଳି ୫ଟି ଗ୍ରୁପରେ ଜିଲ୍ଲାର ବିଭିନ୍ନ ବ୍ଲକର ୧୭୬ ଜଣ ଝିଅ ଓ ପୁଅ ପ୍ରତିଯୋଗିତାକୁ ଆସି ୨୨ଗୋଟି ଇଭେଣ୍ଟସରେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା ଗୁଡିକ ମଧ୍ୟରେ ଦୌଡ,ଥ୍ରୋ,ଡିଆ ପ୍ରଭୃତି ପ୍ରତିଯୋଗିତା ପ୍ରତି ଗ୍ରୁପ୍‍ରେ ଅନୁଷ୍ଠିତ ହୋଇଥିଲା । ମୋଟ ଅଂଶ ଗ୍ରହଣ କରିଥିବା ୧୭୬ ଜଣ ପ୍ରତିଯୋଗି ମଧ୍ୟରୁ ପୁଅ ୨୫ ଏବଂ ଝିଅ ୬ ଜଣ ମୋଟ ୩୧ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଚଳିତ ମାସର ଆସନ୍ତା ୨୮,୨୯ ଏବଂ ୩୦ ତାରିଖ ୩ ଦିନ ଧରି କଟକ ସ୍ଥିତ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି କହିଥିଲେ । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଅଫିସିଆଲ ଖେଳ ଶିକ୍ଷକଓ ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ବରିଷ୍ଠ କ୍ରୀଡା ଶିକ୍ଷକ ପ୍ରିୟଦର୍ଶୀ ମିଶ୍ର, ଅଭିନ୍ନ ବାସୁଦେବ ମିଶ୍ର, ସନ୍ତୋଷ ପଣ୍ଡା,ଧିରେନ୍ଦ୍ର ସାମଲ, ଲିଙ୍ଗରାଜ ସାହୁ, ସଞ୍ଜୟ କୁମାର ପାତ୍ର,ରେଖାରାଣୀ ଦେଓ,ସୁରେନ୍ଦ୍ର ପାତ୍ର ପ୍ରମୁଖ ବରିଷ୍ଠ କ୍ରୀଡା ଶିକ୍ଷକ ମାନେ ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା କରିଥଇଲେ ।

 

Leave A Reply

Your email address will not be published.