ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ।

0

ଗାଇସିଲେଟ/କେଦାର ନାଥ ସାହୁ :ଗାଇସିଲେଟ ବ୍ଲକ ସ୍ଥିତ ବରିହାପୁଖାପାଣି ଗ୍ରାମର ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟର ୨୮ତମ ଏକ ଦିବସିୟ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟ ଖେଳକୁ ଶ୍ରୀଯୁକ୍ତ କ୍ଷମାସାଗର ସାହୁ ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ରୁକ୍ମଣ ଦିଶ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସମାରୋପ ଘୋଷଣା ପୂର୍ବକ କ୍ରୀଡା ପତାକାକୁ ଅବତରଣ କରି ଜ୍ୟୋତି ବିସର୍ଜନ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଶ୍ୟାମସୁନ୍ଦର ପଧାନ,ପ୍ରଶାନ୍ତ କୁମାର ହୋତା, ରାଜେନ୍ଦ୍ର ମେହେର, ନବିନ ଚନ୍ଦ୍ର ବରିହା ପ୍ରମୁଖ ଯୋଗଦେଇଥିଲେ।ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅରକ୍ଷିତ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ସଂଯୋଜନା ମହନ ରଣା କରିଥିଲେ । ପୁରସ୍କାର ବିତରଣ ଉତ୍ସବ ପରେପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ଛାତ୍ରୀ ବିଜୟଲକ୍ଷ୍ମୀ ପଧାନଙ୍କ ନାମ ଘୋଷଣା କରାଯାଇଥିଲା।

ଚଳିତ ୨୦୧୯-୨୦ବର୍ଷର ଆଦର୍ଶ ଛାତ୍ର ଭାବରେ ଧନଞ୍ଜୟ ଗଡତିଆ ଏବଂ ଆଦର୍ଶ ଛାତ୍ରୀ ଭାବରେ ସନମ ସାହୁ ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ରାଧେଶ୍ୟାମ ପ୍ରଧାନଙ୍କ ପରିଚାଳନାର ଅନୁଷ୍ଠିତ ଏହି କ୍ରୀଡା ସମାରୋହକୁ ବଲରାମ ବଗର୍ତ୍ତୀ ଏବଂ ଗଙ୍ଗାଧର ଭୋଇ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀଯୁକ୍ତ ଅଶ୍ବିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.