ସବୁଦିନ ସ୍କୁଲ ଯିବା ଅଭିଯାନ : ଜିଲ୍ଲାସ୍ତରୀୟ ଲୋକକଳା ସଂଘ ଓ ଜିଲ୍ଲା ବ୍ଲକ ଅଧିକାରୀମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ- ଓଡିଶା ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟେ ୟୁନିସେଫ ଓଡିଶା ଶାଖା ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ସରକାରଙ୍କ ସବୁଦିନ ସ୍କୁଲ ଯିବା ଅଭିଯାନ ଅବସରରେ ଜିଲ୍ଲା ସ୍ତରୀୟ ଲୋକ କଳା ସଂଘ ଏବଂ ଜିଲ୍ଲା ଓ ବ୍ଲକ ଅଧିକାରୀମାନଙ୍କ ଅଭିମୁଖୀ କରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ରବିଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ  ଜିଲ୍ଲାପାଳ ଅନୁପମ ସାହା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଧି ଭାବେ ଯୋଗଦେଇ ସବୁଦିନ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମ ସରକାରଙ୍କ ଏକ ଆଦର୍ଶ ଓ ଯୁଗନ୍ତକାରୀ ପଦକ୍ଷେପ ବିଦ୍ୟାଳୟ ଗୁଡିକରେ ପିଲାଙ୍କ ଉପସ୍ଥାପନ ସଂଖ୍ୟା କମ୍‍ ରହୁଛି  । ବିଦ୍ୟାଳୟ ଓ ପାଠ ପଢିବା ପାଇଁ ପିଲା କିଭଳି ଆକୃଷ୍ଟ ହେବେ ଏବଂ କାର୍ଯ୍ୟକ୍ରମ ଆଗକୁ ବଢିପାରିବ ସେହି ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ । ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅତୀତରେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଂସ୍କୃତିକ ଦଳର ସାହାଯ୍ୟ ନେଇ ହିଁ ସଚେତନ କାର୍ଯ୍ୟକ୍ରମ କରାଯାଉଛି । ଶିକ୍ଷା ଏକ ବଡ ଅସ୍ତ୍ର ଆମେ ତାକୁ ଯେତେ ଶାଣିତ କରିବା ଆମକୁ ସେତିକି ମାତ୍ରାରେ ଫଳ ମିଳିବ । ଜିଲ୍ଲାରେ ଶିକ୍ଷାକୁ ଆଗେଇନେବା ପାଇଁ ସାଂସ୍କୃତିକ ଦଳ ଓ କଳାକାରମାନଙ୍କ ସହଯୋଗ କାମନା କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ବାସୁଦେବ ମାଲ ବିଶୋଇ ଏବଂ ରାଜ୍ୟ ସଂସାଧକ ସଦସ୍ୟ ଅବନୀ ମିଶ୍ର ଓ ରାଜ୍ୟ ଅଭିଯାନ ସଂଯୋଜକ ଲୋକନାଥ ଜଗତ ପ୍ରମୁଖ ଯୋଗଦେଇ ରାଜ୍ୟର ୧୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି । ପିଲାମାନେ ବିଦ୍ୟାଳୟରେ ପାଠ ପଢିବା ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା- ବ୍ୟବସ୍ଥା ଦେବା ସତ୍ତ୍ୱେ ପିଲାମାନେ ସ୍କୁଲକୁ କାହିଁକି ଯାଉନାହାନ୍ତି ଏହାର କାରଣ ଏବଂ ସ୍କୁଲ ନଯାଇ ଛାଡିଦେବା ଫଳରେ ଗ୍ରାମ, ଜିଲ୍ଲା, ରାଜ୍ୟ ଓ ଦେଶର ମାନବ ସମ୍ୱଳର ବିକାଶ କିଭଳି ପ୍ରଭାବିତ ହେଉଛି, ପାରମ୍ପିରିକ ଲୋକକଳାକାରଙ୍କ ମାଧ୍ୟମରେ ସଚେତନ ସୃଷ୍ଟି ଉପରେ ବୁଝାଇଥିଲେ । ଅନ୍ୟପକ୍ଷରେ ଏହି ଅଭିଯାନରେ ପିଲାମାନେ ସବୁଦିନ ସ୍କୁଲକୁ ଯିବେ ଏବଂ ସ୍କୁଲ ସମୟରେ ୫ରୁ୧୪ ବୟସର  କୌଣସି ପିଲା ଯେଭଳି ସ୍କଲ ସମୟରେ ଘରେ ରହିବେ ନାହିଁ ସେହି କାର୍ଯ୍ୟକ୍ରମକୁ ଅଧିକ ଦୃଢୀକରଣ କରିବା ପାଇଁ ଏବଂ ସବୁ ପିଲାଙ୍କୁ ସ୍କୁଲମୁହାଁ କରିବା ପାଇଁ ବାପା,ମାଆ, ଅଭିଭାବକ,ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା ପରିଚାଳକ ଓ ପରିଚାଳିକା,ପଞ୍ଚାୟତ ପ୍ରତିନିଧିମାନଙ୍କ ଏହି ଦିଗରେ ପ୍ରେରଣା ଓ ଗୁରୁଦାୟିତ୍ୱ ପ୍ରତ୍ୟେକ ସ୍କୁଲ ଅଞ୍ଚଳରେ କିଭଳି ହେବା ଆବଶ୍ୟକ- ଏ ଦିଗରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଜିଲ୍ଲାର ଏଡିଓ ମନୋରଞ୍ଜନ ସାମଲଙ୍କ ସମେତ ସମସ୍ତ ବ୍ଲକ, ବିଡିଓ ଓ ଏବିଇଓ ଏବଂ ଶତାଧିକ ସଂଖ୍ୟାରେ ବିଭିନ୍ନ ଲୋକ କଳାସଂଘର କଳାକାର ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.