ଲୋକଙ୍କ ଲଢ଼େଇକୁ ଅଧିକ ପ୍ରଭାବୀ କରିବାକୁ କଂଗ୍ରେସର ଉଦ୍ୟମ On Nov 22, 2017 18 Share ରିସର୍ଚ୍ଚ କଂଗ୍ରେସ ବୈଠକ ଅନୁଷ୍ଠିତ, ଯୋଗଦେଲେ ଡ଼ଃ ହର୍ଷବର୍ଦ୍ଧନ ଶ୍ୟାମ ଭୁବନେଶ୍ୱର:ରାଜ୍ୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ଦେଶର ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଅତ୍ୟଧିକ ବିଶ୍ଳେଷଣ ଓ ଅନୁଧ୍ୟାନ କରିବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ଠିକଣା ତଥ୍ୟ ସମ୍ବଳିତ ସୂଚନା ପହଞ୍ଚି ପାରିବ ଓ ଜନସାଧାରଣଙ୍କ ପାଇଁ ଲଢ଼େଇକୁ ପ୍ରଭାବୀ ଓ ଜୋରଦାର କରିବା ସକାଶେ ରାଜ୍ୟ କଂଗ୍ରେସ ତାହାର ଉଦ୍ୟମ ଆରମ୍ଭ କରିଛି । ଏହି କ୍ରମରେ ରିସର୍ଚ୍ଚ କଂଗ୍ରେସର ଅଖିଳ ଭାରତ ରିସର୍ଚ୍ଚ କଂଗ୍ରେସର ଯୁଗ୍ମ ସମ୍ପାଦକ ଡ଼ଃ ହର୍ଷବର୍ଦ୍ଧନ ଶ୍ୟାମ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶାର ସମସ୍ୟା ଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଇ କିପରି ତାହା ଜନସାଧାରଣଙ୍କ ପାଖରେ କଂଗ୍ରେସ ଦଳ ପକ୍ଷରୁ ତଥ୍ୟ ସମ୍ବଳିତ ଭାବେ ଉପସ୍ଥାପନ କରିହେବ ସେ ସମ୍ପର୍କରେ ସେ ଆଲୋକପାତ କରିବା ସହ କଂଗ୍ରେସ ଦଳ ଅତୀତରେ କାର୍ଯ୍ୟକାରୀ କରିଥିବା ଲୋକାଭିମୁଖି ଯୋଜନା ଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ କିପରି ଅଧିକ ସଚେତନ କରାଯାଇପାରିବ ତାହାର ଦିଗ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଅଖିଳ ଭାରତ ରିସର୍ଚ୍ଚ କଂଗ୍ରେସ ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ ରେ ମଧ୍ୟ ଏକ ରିସର୍ଚ୍ଚ ବିଭାଗ ଖୋଲାଯିବ। ଏହା ରାଜ୍ୟ କଂଗ୍ରେସକୁ ଅଧିକ ଶକ୍ତି ଯୋଗାଇବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ଏହା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଡ଼ଃ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଏହି ବୈଠକରେ ଡ଼ଃ ଯୁଧିଷ୍ଠିର ଜେନା,ଡ଼ଃ ରାଧାକାନ୍ତ ନାୟକ, ଡ଼ଃ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ପ୍ରଶାସକ ଶ୍ରୀ ପ୍ରସନ୍ନ ମିଶ୍ର, ମହମ୍ମଦ ଶାହାନୱାଜ ଓ ଜିଆ ଉଲ ହକ ପ୍ରମୁଖ ଯୋଗଦେଇଥିଲେ। 18 Share FacebookTwitterGoogle+ReddItWhatsAppPinterestEmail