ବାଲ୍ୟ ବିବାହ ରୋକିବା ପାଇଁ ଆଇନସ୍ଵ କଡାକଡି କରାଯାଉ : ଜିଲ୍ଲାପାଳ 

0

ବାଲ୍ୟ ବିବାହ ନିଷେଧ ସମ୍ପର୍କିତ କର୍ମଶାଳା 

 

ବାଲେଶ୍ୱର/ UJJWAL KAR : ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ‘ବାଲ୍ୟବିବାହ ନିରୋଧ ଅଧିନିୟମ-୨୦୦୬’ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ “ସଦଭାବନା ସଭାଗୃହ”ରେ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ବାଲ୍ୟ ବିବାହକୁ ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ତେବେ ଏକ୍ଷେତ୍ରରେ ଜନସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଉପ-ଜିଲ୍ଲାପାଳ ଭବତାରଣ ସାହୁ, ଏ.ଡି.ଏମ.ଓ. ଡାକ୍ତର ଚାରୁବାଳା ରଥ, ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ନୀର୍ଲିପ୍ତା ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲୀନା ପାଣିଗ୍ରାହୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶତ୍ରୁଘ୍ନ ମଲ୍ଲିକ, ହରିଶ ଚନ୍ଦ୍ର ରାଜ, ପ୍ରିୟରଂଜନ ମହାନ୍ତି, ପର୍ଶୁରାମ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇ ବାଲ୍ୟ ବିବାହ ବିରୋଧରେ ଗ୍ରାମାଂଚଳରେ ବ୍ୟାପକ ସଚେତନତା ସହ ଶିକ୍ଷାର ପ୍ରସାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ  ମହିଳା ଓ ଶିଶୁ ଡେସ୍କ, ଶିଶୁ ବିକାଶ ପ୍ରକଳ୍ପ, ଚାଇଲ୍ଡ ଲାଇନ ପ୍ରଭୃତି ଅନୁଷ୍ଠାନର ଅଧିକାରୀ, କର୍ମଚାରୀ, ସଦସ୍ୟ, ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.