ପଦ୍ମପୁର :- ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ୨୬ ତମ ବୋଡାସମ୍ବର ନୁଆଁଖାଈ ଭେଟ ଘାଟ ଉପଲକ୍ଷେ ରଙ୍ଗୋଲି, ଝୋଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀ ଅନିଲ କୁମାର ବେହରା ମା ସମଲେଶ୍ୱେରୀ ଙ୍କ ଦୀପ ପ୍ରଜ୍ବଳନ କଲାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସହ ସମ୍ପାଦକ ପ୍ରତାପ ନାଥ, ଏବିସିଡି ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ ,ସହଦେଵ ମେହେର, ରବୀନ୍ଦ୍ର ମୋହନ ଦାଶ, ତୁଷାର ପଧାନ, ଶାନ୍ତସଂଗ୍ରାମ ଭୋଇ, ଅମୀୟ ପୁରୋହିତ, ସରୋଜ ଯୋଶୀ, ସୁମନ୍ତ ସାହୁ, ଟୁନା ବାରିକ, ଅଞ୍ଜଳି ପରିଡା, ଭାଗ୍ୟଶ୍ରୀ ପାଣିଗ୍ରାହୀ, ଉପସ୍ଥିତ ରହି ସହଯୋଗ କରିଥିଲେ , ଏହି ଗାରିମାମୟ ମୁହୂର୍ତ୍ତଟି ମା ସମଲେଶ୍ୱରୀଙ୍କ ଜୟ ଧ୍ୱନି ସହ ସମଗ୍ର ପରିବେଶ ଶ୍ରୀ. ଦାଶଙ୍କ ଦୀପମଜ୍ୟୋତି ମନ୍ତ୍ର ସମଗ୍ର ପରିବେଶକୁ ମୁଖରିତ କରିଥିଲା l ରଙ୍ଗୋଲି,ଝୋଟିରେ ବିଚାରକ ଭାବେ ଦୁର୍ଗାଶିଷ ପଟ୍ଟନାୟକ, ବିଶିଷ୍ଟ ଅଭିନେତା ଜଗନ୍ନାଥ ସେଠ ଓ ଆର୍ଟ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଏବଂ ସଂଗୀତ ବିଚାରକ ଭାବରେ ଅରୁଣା ସାହୁ, ନାଟ୍ୟକାର ଓ ସଂଗୀତଜ୍ଞ ମନୋରଞ୍ଜନ ସାହୁ, ବିଶିଷ୍ଟ ସଂଗୀତ ବିଶାରଦ ଅନ୍ତର୍ଯ୍ୟାମୀ ମେହେର ଯୋଗ ଦେଇ ବିଚାର କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ l ରଙ୍ଗୋଲି ଓ ଝୋଟି କାର୍ଯ୍ୟକ୍ରମକୁ ସହ ସମ୍ପାଦକ ପ୍ରତାପ ନାଥ ଓ ସହଦେଵ ମେହେର ସଂଯୋଜନା କରିଥିଲେ l ସଂଗୀତ ପରିଚାଳନା ରେ ଲିଙ୍ଗରାଜ ସାହୁ, ସମ୍ପାଦକ ରଘୁନାଥ ପୁରୀ ପରିଚାଲନା କରିଥିବା ବେଳେ। ଶେଷରେ ସହଦେଵ ମେହେର ଙ୍କ ଦ୍ୱାରା ଫଳାଫଳ ଘୋଷଣା କରାଗଲା ।
Sign in
Sign in
Recover your password.
A password will be e-mailed to you.