ପଦ୍ମପୁର :- କେ ଆର୍ ପି ହାଇସ୍କୁଲ ବାଜେନମୁଣ୍ଡା ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ବ୍ଲକ ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରଗଡ଼ ଜିଲ୍ଲା ଓଷ୍ଟା ସଭାପତି ଶ୍ରୀ ନନ୍ଦଲାଲ ନାଏକ, ଉପ ସଭାପତି ଶ୍ରୀ ଚୂଳସୁନ୍ଦର ମେହେର,ସମ୍ପାଦକ ଶ୍ରୀ ସଞ୍ଜୟ ସିଂହ, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଭବାନୀ ଶଙ୍କର ଭୋଇ, ରାଜ୍ୟ ଉପଦେଷ୍ଟା ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ, ଶ୍ରୀ ପ୍ରୀତି ରଞ୍ଜନ ପ୍ରଧାନ, ଶ୍ରୀ ଗୋକୁଳାନନ୍ଦ ଡ଼ନସନା , ବ୍ଲକ ସଂପାଦକ ଶ୍ରୀ ପ୍ରସନ୍ନ ମେହେର, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଜାପତି ବାରିକ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ଆରମ୍ଭରୁ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ସ୍କୁଲର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଶ୍ରୀ ରବି ଶଙ୍କର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସଂପାଦକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ସଭାରେ ଶିକ୍ଷକ ମାନଙ୍କ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଗଣତାନ୍ତ୍ରିକ ପଦ୍ଧତି ରେ ନୂତନ କମିଟି ଗଠନ କରାଯାଇ ଥିଲା। ନୂତନ କମିଟିରେ ସଭାପତି ଶ୍ରୀ ପ୍ରମୋଦ ନାଥ, ଉପ ସଭାପତି ଶ୍ରୀ ମୋତିଲାଲ ସାହୁ, ଶ୍ରୀମତୀ ସକୃତା ସୁନା , ସଂପାଦକ ଶ୍ରୀ ରବିଶଙ୍କର ପ୍ରଧାନ, ସହ ସଂପାଦକ ଶ୍ରୀ କେଶବ ପ୍ରଧାନ, ଶ୍ରୀମତୀ ପଦ୍ମିନୀ ବାଗ , ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଚନ୍ଦ୍ରମଣି ସାହୁ, ଶ୍ରୀ ଅଶୋକ ବେହେରା, ଶ୍ରୀ ରାମଚନ୍ଦ୍ର ପ୍ରଧାନ ଓ ଶ୍ରୀ ଜୟସିଂ ସାହୁ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ମାର୍ତଣ୍ଡଦେବ ସାହୁ, ଶ୍ରୀ ରାମକୃଷ୍ଣ ବାରିକ ନିର୍ବାଚିତ ହୋଇଥିଲେ। ଶ୍ରୀ ପ୍ରୀତିରଞ୍ଜନ ପ୍ରଧାନ ଶପଥ ପାଠ କରାଇଥିଲେ ଏବଂ ପରିଶେଷରେ ଶ୍ରୀ ନବୀନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କେ ଆର୍ ପି ହାଇସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post