ଓଡ଼ଗାଁ ବ୍ଳକ୍ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

14


ବିଭିନ୍ନ ଭତ୍ତା,ଗ୍ରାମୀଣ ଗୃହ,ପାନୀୟଜଳ ସମ୍ପର୍କିତ ୨୦ ଅଭିଯୋଗ


ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ବ୍ଳକ ମିଶନ ଶକ୍ତି ଗୃହରେ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ଅଭିଯୋଗ ଗୁଡ଼ିକର ଶୁଣାଣୀ କରିବା ସହିତ ବିଭାଗୀୟ ଅଧିକାରୀମାନେ ଅଭିଯୋଗ ଗୁଡ଼ିକର ସମାଧାନ କରିଥିଲେ।ଆଜିର ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିରରେ ୨୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଭିନ୍ନ ପ୍ରକାର ଭତ୍ତା, ତହସିଲ ଏବଂ ପାନୀୟଜଳ ଜଳଯୋଗାଣ ସମ୍ବନ୍ଧୀୟ ଅଭିଯୋଗ ରହିଥିଲା।ଶିବିରରେ ଅତିରିକ୍ତ ତହସିଲଦାର ପବିତ୍ର ସେଠୀ ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ,ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ,ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ରାକେଶ ସାହୁ,ଶ୍ରମ ଅଧିକାରୀ ମୋନିକା ସେଠ, ବିଦ୍ୟୂତ ବିଭାଗ ଯନ୍ତ୍ରୀ ବିନୋଦ ମହାରଣା, ମଧ୍ୟମ ଜଳସେଚନ ଯୋଜନା ଶରଣକୁଳ ଯନ୍ତ୍ରୀ ସୁଧାଂଶୁ ଶେଖର ସାହୁ, ସହରାଞ୍ଚଳ ପାନୀୟଜଳ ଯୋଗାଣ ଯନ୍ତ୍ରୀ ବିନୋଦ ଯେନା, ସହକାରୀ ଶ୍ରମ ଅଧିକାରୀ ମୋନିକା ସେଠ,ବିପିସି କାର୍ତ୍ତିକ ଦାସ, କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ମନୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.