ଓଡ଼ଗାଁ ଶ୍ରୀ ରଘୁନାଥ ଜିଉ ପୂଜକ ପରିଷଦର କର୍ମକର୍ତ୍ତା ଚୟନ

9


ପ୍ରଫୁଲ୍ଲ ମହାପାତ୍ର ସଭାପତି, ଅଶୋକ ନନ୍ଦ ସାଧାରଣ ସମ୍ପାଦକ

ଓଡ଼ଗାଁ ୦୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୂଜକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ସରିଯାଇଥିବା ବେଳେ ପ୍ରଫୁଲ୍ଲ କୁମାର ମହାପାତ୍ର ଲଗାତର ୪ର୍ଥ ଥର ପାଇଁ ସଭାପତି ଭାବେ ଚୟନ ହୋଇଥିବା ବେଳେ ଅଶୋକ କୁମାର ନନ୍ଦଙ୍କୁ ସାଧାରଣ ସମ୍ପାଦକ ଭାବରେ ଚୟନ କରାଯାଇଛି।ଉପସଭାପତି ଭାବରେ ଜିତେନ୍ଦ୍ର କୁମାର ମହାପାତ୍ର,ସହ ସମ୍ପାଦକ ଭାବରେ ଶ୍ରୀଧର ଦାଶ ଏବଂ କୋଷାଧ୍ୟକ୍ଷ ଭାବରେ ଦିବ୍ୟ ରଞ୍ଜନ ମହାପାତ୍ରଙ୍କୁ ଚୟନ କରାଯାଇଛି।ନଗେଶ ମହାପାତ୍ର, ଅଶୋକ କୁମାର ମହାପାତ୍ର (ମାଟିଆ), ଗଙ୍ଗାଧର ନନ୍ଦ, ସନ୍ତୋଷ କୁମାର ନନ୍ଦ, ସୁଶାନ୍ତ କୁମାର ମହାପାତ୍ର, ଗୀରିଶ କୁମାର ମହାପାତ୍ର, ଅଶ୍ବିନୀ କୁମାର ଦାଶ ପ୍ରମୁଖ ପରିଚାଳନା ପରିଷଦର କାର୍ଯ୍ୟକାରୀ ସଦସ୍ୟ ଭାବରେ ଚୟନ ହୋଇଛନ୍ତି। ସୂଚନା ଥାଉକି
ଓଡ଼ଗାଁ ଶ୍ରୀ ରଘୁନାଥ ଜିଉ ପୂଜକ ପରିଷଦର ବାର୍ଷିକ ସାଧାରଣ ବୈଠକ ଗତକାଲି ୪ ତାରିଖ ରବିବାର ସନ୍ଧ୍ୟାରେ ମନ୍ଦିର ବେଢ଼ାରେ ଅନୁଷ୍ଠିତ ହୋଇଥିଲା।ନିର୍ବାଚନ ଅଧିକାରୀ ଗଙ୍ଗାଧର ନନ୍ଦ ଏବଂ ଅଶୋକ କୁମାର ମହାପାତ୍ର (ମାଟିଆ) ଙ୍କ ତତ୍ବାବଧାନରେ ସର୍ବସମ୍ମତିକ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା।ମନ୍ଦିରର ଉନ୍ନତି ସହ ସମସ୍ତ ସଭ୍ୟ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ଏବଂ ବିଶୃଙ୍ଖଳିତ ସଭ୍ୟ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନବନିର୍ବାଚିତ ପରିଚାଳନା ପରିଷଦ ସଦସ୍ୟ ମାନଙ୍କୁ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.