ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛିl ଦିବା ସମୟରେ ସହର ମଧ୍ୟରେ ଭାରୀଯାନ ପ୍ରବେଶ ଦ୍ୱାରା ଜନସାଧାରଣଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛିl ସହର ମଧ୍ୟରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଗୋଦାମଗୃହକୁ ଦିନତମାମ ଜିନିଷପତ୍ର ଭାରୀଯାନ ଦ୍ୱାରା ଚଳାଚଳ ହେଉଛିl ପୂର୍ବରୁ ପ୍ରଶାସନ ଏଭଳି ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଭାରୀଯାନ ପ୍ରବେଶକୁ ରୋକ ଲଗେଇବା ସହ ଭାରୀଯାନ ପ୍ରବେଶ ପାଇଁ ନିର୍ଦ୍ଧାରିତ ସମୟ ଦିଆଯାଇଥିଲାl ସକାଳ 8ଘଣ୍ଟା ପୂର୍ବରୁ ରାତି 8 ଘଣ୍ଟା ପରେ ପ୍ରବେଶ ଏବଂ ପରିବା ବୋଝେଇ କରି ଆସୁଥିବା ମ୍ୟାକ୍ସ ପିକଅପ ଗାଡି ଗୁଡିକ ପୁରୁଣା ବସଷ୍ଟାଣ୍ଡ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ ନିକଟରେ ପାର୍କିଙ୍ଗ କରି ଗ୍ରାମାଞ୍ଚଳର ଲକୋଙ୍କୁ ନେବା ଆଳରେ ଅଟକି ରହି ଅହେତୁକ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି l ଏକ କାଳୀନ ଭାବେ ବଡ଼ ବଡ଼ ଗାଡି ଶିକ୍ଷା ଅନୁଷ୍ଠାନ ମାନଙ୍କର ବସ ଗୁଡିକ ରାସ୍ତା ଜାମ କରୁଥୁବା କାରଣ ରୁ ଜନସାଧାରଣ ବିଶେଷ ଭାବରେ ଦିନ 12 ଟାରୁ 2ଟା ମଧ୍ୟରେ ସନ୍ଧ୍ୟା 7ରୁ 8ମଧ୍ୟରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବିଭିନ୍ନ ମହଲ ରେ ପ୍ରଶାସନ ଓ ପୋଲିସ ବିଭାଗ କଠୋର ପଦକ୍ଷେପ ନେଇ ଟ୍ରାଫିକ ସମସ୍ୟାର ସୁଧାର ଆଣିବାକୁ ଦାବୀ ହେଉଛି l