ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟକ ମନୋରମା ମହାନ୍ତି ଡାକ୍ତର ନିଯୁକ୍ତି ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ମଙ୍ଗଳବାର ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି । ଏହି ଅବସରରେ ନର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସମ୍ବନ୍ଧୀୟ ଏକ ଦାବିପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ବିଧାୟିକା ଶ୍ରୀମତୀ ମହାନ୍ତି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନଥିବାରୁ କୋମଳମତି ଶିଶୁ ଓ ମହିଳାମାନେ ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି । ସେମାନେ ଏଥିପାଇଁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ତେଣୁ ନର୍ଲାରେ ତୁରନ୍ତ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ପାଇଁ ସେ ଦାବି କରିଛନ୍ତି । ବିଧାୟିକାଙ୍କ ଦାବିକୁ ଗୁରୁତର ସହ ଗ୍ରହଣ କରି ସଂପୃକ୍ତ ବିଭାଗୀୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀମତୀ ମହାନ୍ତି ନର୍ଲା ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ବିଧାନସଭାରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ କାର୍ଯ୍ୟଧାରାକୁ ବିଭିନ୍ନ ମହଲ ଓ ବୁଦ୍ଧିଯିବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.
Prev Post