ବ୍ଲକ୍ ସ୍ତରୀୟ କବାଡ଼ି ଓ ଭଲି ବଲ୍ ଚୟନ ପ୍ରତିଯୋଗିତା କାର୍ଯ୍ଯକ୍ରମ ଅନୁଷ୍ଠିତ।

10

ପଦ୍ମପୁର:- ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ସାପଲହରଠାରେ ପାଇକମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ତରଫରୁ ସମସ୍ତ ବିଦ୍ୟାଳୟର ଜୋନାଲ ସ୍ତରରୁ ବ୍ଲକ୍ ସ୍ତରକୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନକୁ ନେଇ ବ୍ଲକ୍ ସ୍ତରୀୟ କବାଡ଼ି ଓ ଭଲି ବଲ୍ ଚୟନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଦିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡ଼ାର ବିଶେଷତା ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ BEO ଶ୍ରୀ ଶୁଭମ କୁମାର ପତି ଏବଂ ABEO ଶ୍ରୀ ରାଧେଶ୍ୟାମ ମେହେର କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ରୀଡ଼ା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ହୋତା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ , ଲଖମରାର ପ୍ରଧାନ ଶିକ୍ଷକ ଶ୍ରୀ ଧୀରଜ କୁମାର ପଟ୍ଟନାୟକ ମଧ୍ୟ ଏହି କ୍ରୀଡ଼ା ଚୟନ ପ୍ରତିଯୋଗିତା ରେ ଯୋଗଦାନ କରିଥିଲେ ।କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଲନା କମିଟିର ସଭାପତି ଶ୍ରୀ ସୁରଜ ଧରୁଆ, ଉପସଭାପତି ଶ୍ରୀମତୀ କନକ ପଟେଲ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ବୃନ୍ଦ ,ସାପଲହର ଗ୍ରାମର ଗ୍ରାମବାସୀମାନେ , ଭଦ୍ରବ୍ୟକ୍ତି, ମହିଳାମାନେ ଯୋଗଦାନ କରି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଛାତ୍ରଛାତ୍ରୀଙ୍କ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସାମିଲ ହୋଇଥିଲେ ।

Leave A Reply

Your email address will not be published.