ଭୁବନେଶ୍ୱର, ଅଗଷ୍ଟ ୨୮: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଗଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ଅଥବା ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଯୋଗ୍ୟ ବିବେଚିତ ମେଧାବୀ ଅନାଥ, ଗରିବ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରେ ବିଭିନ୍ନ ବାର୍ଷିକ ଶିକ୍ଷାବୃତି ପ୍ରଦାନ କରାଯିବ ।
ଏଥିପାଇଁ ଟ୍ରଷ୍ଟର Website ( www.digjyoti.org) ର ଘୋଷଣାରେ ସୂଚିତ ଯୋଗ୍ୟତା ଭିତିରେ ସେଥିରେ ଉପଲବ୍ଧ ଭିନ୍ନ ଭିନ୍ନ ବୃତି ପାଇଁ ଉଦ୍ଧିଷ୍ଟ ଫର୍ମରେ ସେପ୍ଟେମ୍ବର ୩୦ , ୨୦୨୪ ପୂର୍ବରୁ ଟ୍ରଷ୍ଟ ଠିକଣାରେ ଦରଖାସ୍ତ ଆହ୍ୱାନ କରାଯାଇଅଛି ।
Sign in
Sign in
Recover your password.
A password will be e-mailed to you.