ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ଆଜି ଗୁଣୁପୁର ବ୍ଲକର ଜଳତାର ଠାରେ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଜି ଜିଲ୍ଲାପରିଷଦ ସଭ୍ୟ ଇଗନେ ଗମାଙ୍ଗ, ଜଳତାର ସରପଞ୍ଚ ମାର୍କ ଦଳବେହେରା, ସମିତି ସଭ୍ୟ ଜଗଦୀଶ ଶବର, ସ୍ୱାସ୍ଥ୍ୟ ବିଭାଗ, ଶିଶୁଵିକାଶ ବିଭାଗ, ଗ୍ରାମ୍ୟ ନିର୍ମାଣ ବିଭାଗ, ଟାଟା ପାୱାର, ରାଜସ୍ବ, ଓଏଲଏମ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ଥାନୀୟ ଲାଞ୍ଜିଆ ସଉରା ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଆବେଦନ ସଂଗ୍ରହ କରାଯାଇଥିଲା l ସେଠାରେ ୨୬ଗୋଟି ରକ୍ତ ଶିକୁଳି ରୋଗ ଚିହ୍ନଟ ସହ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା l ଗୋଟିଏ ଯକ୍ଷ୍ମା ରୋଗ ଚିହ୍ନଟ ପରୀକ୍ଷା କରାଯାଇଥିଲା l ଏହା ବ୍ୟତୀତ ଜାତିଗତ ପ୍ରମାଣପତ୍ର ପାଇଁ ୨୬ ଉର୍ଧ୍ୱ ଆବେଦନ ସଂଗ୍ରହ କରାଯାଇଥିଲା l ତିନି ଜଣଙ୍କ ଆଧାର କାର୍ଡ ଆବେଦନ ଗ୍ରହଣ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୋଷଣ ଅଭିଯାନ ମାଧ୍ୟମରେ ଶିଶୁ ମାନଙ୍କୁ କିପରି ଭିଟାମିନ ଯୁକ୍ତ ଖାଦ୍ୟ ଯୋଗାଣ ଓ ଶିଶୁ ମାନଙ୍କ ମାନସିକ, ବୌଦ୍ଧିକ ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମଙ୍ଗଳ ଅଧିକାରୀ ପଦ୍ମନାଭ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।