ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଦିବ୍ୟ ଜୀବନ ସଂଘ ପରିସର ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ ହୋଇଯାଇଛି , ଭୋର ୫ ଘଣ୍ଟ ସମୟ ରେ ବ୍ରାହ୍ମମୂହୁର୍ତ୍ତ କଲାଂଶ ରେ ଜୟ ଗଣେଶ କୀର୍ତ୍ତନ , ଗୁରୁ ସ୍ତୋତ୍ର ପାଠ, ବେଦ ପାଠ ଓ ପରେ ପରେ ୪୫ ମିନିଟ ଜପ କଳାଂଶ ଅନୁଷ୍ଠିତ ହୋଇଥିଲା ଓ ପରେ ସ୍ଥାନୀୟ ଆଶ୍ରମ ଠାରୁ ଗୋପୀନାଥ ମନ୍ଦିର ଦେଇ ନଗର ପରିକ୍ରମା ହୋଇ ଥିଲା। ଭୋର ୬ ଘଣ୍ଟ ଠାରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ଦ୍ଵାଦଶ ଅକ୍ଷର ମନ୍ତ୍ର ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ ଯଜ୍ଞ ଚାଲିଥିଲା ଏଥିରେ ଆଶ୍ରମ ର ସମସ୍ତଶ୍ରଦ୍ଧାଳୁ ଭାଗ ନେଇଥିଲେ, ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ବିଧାନ ଯଥା ରିତି ଅନୁଷ୍ଠିତ ହୋଇଥିଲା ଓ ଘୃତ ଯଜ୍ଞ ର ଆୟୋଜନ କରାଯାଇଥିଲା ଏଥିରେ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ , ଯଜ୍ଞ କର୍ତ୍ତା ଭାବେ ଶ୍ରୀ ପବିତ୍ର କୁମାର ସାହୁ ଓ ପୁରୋହିତ ଶ୍ରୀ ଜୟକୃଷ୍ଣ ମିଶ୍ର ଙ୍କ ଦ୍ଵାରା ଯଜ୍ଞ କାର୍ଯ୍ଯ ସମ୍ପାଦନ ହୋଇ ଥିଲା , ଏହି କାର୍ଯ୍ୟକ୍ରମ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଷୋଡଶ ଉପଚାର ରେ ପୂଜା କରାଯାଇ ଥିଲା ଓ ଶେଷରେ ଆରତୀ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ଜୟ ଧ୍ଵନି ଶହ କାର୍ଯ୍ଯ ସମାପନ ହୋଇଥିଲା ଏଥିରେ ଶ୍ରୀ ଚୌ ଚିଦାନନ୍ଦ ପାତ୍ର , ଏନ ସୁରେଶ କୁମାର ଚୌଧୁରୀ , ଟି ଅଶୋକ କୁମାର ପତ୍ର , ପ୍ରଫୁଲ୍ଲ କୁମାର ପଣ୍ଡା , ସୂର୍ଯ୍ୟନାରାୟଣ ପାତ୍ର ଓ ଚୌ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post