ଏମ ରାମପୁର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

5

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ତା୨୭.୮.୨୦୨୪: ଆଜି ଏମ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ଶିବିରରେ ଆଇ ଏ ଏସ ପ୍ରୋବେସନାରୀ କସ୍ତୁରୀ ପଣ୍ଡା, କେସିଙ୍ଗା ଏସ ଡି ପି ଓ ବିନୋଦ ପାଟିଲ, ସି ଡି ଓ,ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ,ଉପ ଜିଲ୍ଲାପାଳ( ଭାର ପ୍ରାପ୍ତ),ଭବାନୀପାଟଣା ଜୟଦେବ ଦାସ, ଏମ ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୧୦୯ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୬ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।୧୨ ଟି ଅଭିଯୋଗର ସମାଧାନ ତୁରନ୍ତ କରଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୨ ଜଣ ଏବଂ ରେଡକ୍ରସ ପାଣ୍ଠିରୁ ୧ ଜଣଙ୍କୁ ସହାୟତା ପ୍ରଦାନ ମଞ୍ଜୁର କରାଯାଇଥିଲା।

Leave A Reply

Your email address will not be published.