ଡାବୁଗାଁ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଏସଡି ପିଓ ମଧୁଶିକ୍ତା ମିଶ୍ର ଯୋଗ ଦେଇ ପୁଲିସ ସର୍ବଦା ଜନ ସାଧାରଣଙ୍କ ସେବା ପାଇଁ ରହିଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ଓ ପୁଲିସ ଙ୍କୁ ଭୟ ନ କରିବାକୁ କହିଥିଲେ।ବର୍ତ୍ତମାନ ସାଇବର ଠକେଇ ବୃଦ୍ଧି ପାଉ ଥିବାରୁ ଏଥିରୁ ବର୍ତିବା ପାଇଁ ସଚେତନ ଆବଶ୍ୟକ ବୋଲି କହିଥିଲେ। ବାଲ୍ୟ ବିବାହ,ସାମାଜିକ ବାସନ୍ଦ, ଅନ୍ଧ ବିଶ୍ବାସ ଓ କୁସଂସ୍କାର ଆଦିରୁ ଦୂରେଇ ରହିବା କୁ କହିଥିଲେ। ଟ୍ରାଫିକ ନିୟମ ମାନିବା ସହ ଗାଡ଼ି ଚଳାଇବା ସମୟରେ ହେଲମେଟ ପରିଧାନ କରିବାକୁ କହିଥିଲେ। ଡାବୁଗାଁ ବ୍ଲକ ବରିଷ୍ଠ ନାଗରିକ ସଂଘ ସଭାପତି ନିତ୍ୟାନନ୍ଦ ମହାନ୍ତି ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ କହିବା ସହ ଟ୍ରାଫିକ ନିୟନ୍ତ୍ରଣ ,ଧନ ଜୀବନ ସୁରକ୍ଷା ରେ ପୁଲିସ ର ସହଯୋଗ ଉପରେ କହିଥିଲେ। ବରିଷ୍ଠ ଆଇନଜୀବି ଦିବାନ ସିଂ ଗ୍ରାମାଞ୍ଚଳରେ ଛତୁ ଫୁଟିବା ପରି ବିଭିନ୍ନ ବେସରକାରୀ ବ୍ୟାଙ୍କ୍ ଓ କିୟୋସ୍କ ବ୍ୟାଙ୍କ୍ ଖୋଲା ଯାଇ ଗରିବ ଓ ନିରକ୍ଷର ମହିଳା ମାନଙ୍କୁ ଠକୁଥିବା କହିଥିଲେ। ଆଙ୍ଗୁଠି ଛାପ ମାଧ୍ୟମରେ ସହଜରେ ନିରକ୍ଷର ଆଦିବାସୀ ମହିଳା ମାନେ ପ୍ରତ୍ୟେକ ଦିନ ଠକାମୀ ର ଶିକାର ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ମେଦନା ରାସ୍ତା ରେ ଦିନକୁ ଦିନ ଚୋର ଡକାୟତ ସକ୍ରିୟ ହେଉଥିବାରୁ ନୂତନ ମେଡିକାଲ ନିକଟରେ ଏକ ପୁଲିସ ଫାଣ୍ଡି କରିବା ସହ ପେଟ୍ରୋଲିଂ କଡାକଡି କରିବାକୁ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ତଥା ଉମରକୋଟ ଏସଡିପିଓ ମଧିଶିକ୍ତା ମିଶ୍ର ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପ୍ରଦାନ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁଲିସ ଏସ ଆଇ ଚନ୍ଦନ ସାହୁ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ବରିଷ୍ଠ ନାଗରିକ ଏମ ଆପ୍ପା ରାଓ, ଜି ପ୍ରକାଶ ରାଓ,ଶରତ ଚନ୍ଦ୍ର ଷଡଙ୍ଗୀ, ଶ୍ୟାମ ସୁନ୍ଦର ମହାନ୍ତି, ସହ ଗ୍ରାମ ର ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ପୁଲିସ କର୍ମଚାରୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.