ଆଶ୍ରା ମାନସିକ ଭିନ୍ନକ୍ଷମ ସ୍କୁଲ, ବଲାଙ୍ଗୀର ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

11

ବଲାଙ୍ଗୀର (୧୦/୧୦)ରାଜ୍ୟ ଆଇନ ସେବା ପ୍ରାଧିକରଣ ନିଦ୍ଧେର୍ଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ହୀରନ୍ୟମୟ ବିଶୋଇ ଙ୍କ ଅନୁମତି କ୍ରମେ ଆଶ୍ରା ମାନସିକ ଭିନ୍ନକ୍ଷମ ସ୍କୁଲ, ବଲାଙ୍ଗୀର ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ସ୍ପେସିଆଲ ଜଜ ଭିଜିଲାନ୍ସ କୋଟ ଶ୍ରୀଯୁକ୍ତ ବେଣୁଧର ପାତ୍ର, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ଯେ. ଏମ. ଏଫ. ସି. ଶ୍ରୀଯୁକ୍ତ ସାଧକ କାରଜି, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବଲାଙ୍ଗୀର ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ମନୋଚିକିତ୍ସକ D. H. H. ବଲାଙ୍ଗୀର ଡ଼କ୍ଟର ଅନିଲ ନାୟକ ଏବଂ ସମ୍ପାଦକ ଆଶ୍ରା ଅନୁଷ୍ଠାନ ଆଦି ଯୋଗ ଦେଇଥିଲେ। ଏହି ଶିବିରରେ ଶ୍ରୀଯୁକ୍ତ ପାତ୍ର ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି ଓ ମାନସିକ ରୋଗ ପ୍ରତି ସମାଜରେ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଆହ୍ୱାନ କରିଥିଲେ। ସଚିବ ଶ୍ରୀଯୁକ୍ତ ପ୍ରଧାନ ମାନସିକ ସ୍ୱାସ୍ଥ୍ୟ ଶାରୀରିକ ସ୍ୱାସ୍ଥ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ଏଥିସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସହଯୋଗ ରେ କିଭଳି ମାଗଣା ଆଇନ ସେବା ପାଇବା ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀଯୁକ୍ତ କାରଜି ମାନସିକ ଚାପ, ଅବସାଦ, ଚିନ୍ତା ଓ ଅନ୍ୟାନ୍ୟ ମାନସିକ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ଅବହେଳା ନକରି ସେମାନଙ୍କ ପ୍ରତି ସହାନୁଭୂତି, ସହଯୋଗ ଓ ସମର୍ଥନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରୀମତୀ ମିଶ୍ର ଆବଶ୍ୟକ ସ୍ଥଳେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା, ନିୟମିତ ଯୋଗ ଓ ବ୍ୟାୟାମକରିବା ତଥା ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ମନୋଚିକିତ୍ସକ ଡ଼କ୍ଟର ନାୟକ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ଏବଂ ପ୍ରତ୍ୟେକ ବ୍ୟକ୍ତି ସମ୍ମାନ, ସହାନୁଭୂତି ଓ ସହଯୋଗ ପାଇବାର ଅଧିକାରୀ ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.