ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଦରକାର

5

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ବିଳମ୍ୱ ରେ ହେଲେ ମଧ୍ୟ କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ କୁ ଅନୁମୋଦନ କରାଯାଇଛି ଯାହାକୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ କରାଯାଉଅଛି କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନୁରୋଧ କରାଯାଉଛି କି କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଘୋଷଣା କରାଯାଉ। ୟୁନିଫାଏଡ ପେନସନ ସ୍କିମ ରେ ୨୫ ବର୍ଷ ରୁ କମ କାର୍ଯ୍ୟକରିଥିବା କର୍ମଚାରୀ ମାନଙ୍କ କଥା ବିଚାର କରାନଯିବା, ମହଙ୍ଗା ଭତ୍ତା ଏବଂ ଜିପିଏଫ ସମ୍ବନ୍ଧ ରେ ସ୍ପଷ୍ଟୀକରଣ ନଦେବା କର୍ମଚାରୀ ମାନଙ୍କୁ ଦ୍ୱନ୍ଦ୍ୱ ମଧ୍ୟରେ ରଖୁଅଛି। ଏଥିସହିତସବୁ ରାଜ୍ୟରେ ପୁରୁଣା ପେନସନ ପାଇଁ ଯୋରଦାର ବିରୋଧ କରୁଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଓଡିଶା ପୁରୁଣା ପେନସନ ଅଭିଯାନ ସଭାପତି ବିଜୟ ମଲ୍ଲ ,ପ୍ରଯତ୍ନ ବରାଳ, ପୂର୍ଣ୍ଣଚନ୍ଦ୍ର ଆଏଚ, ରଶ୍ମୀରଂଜନ ପାଢୀ, ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ବଙ୍କୀମ୍‌ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ଅକ୍ଷୟ ମଲ୍ଲିକ, ଗୁରୁଗୋବିନ୍ଦ ଦଳାଇ, ଅଶ୍ବିନୀ ମିଶ୍ର, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ,ଆଦିତ୍ୟ ନାରାୟଣ ସ୍ୱାଇଁ, ଶ୍ୟାମଳୀ ପଟ୍ଟନାୟକ, ଅନୀତା ବେହେରା, ଅନ୍ତର୍ଯ୍ୟାମୀ ଲେଙ୍କା, ସରୋଜ ସାମନ୍ତରାୟ ପ୍ରମୁଖ ଅନୁରୋଧ କରିଛନ୍ତି ଆମେ ଓଡିଶା ର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ କି କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବା ନିମନ୍ତେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.