ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ ଜିଲ୍ଲାର ମୁଖ୍ୟ କାରାଗାର ସମେତ ଜିଲ୍ଲାର ଉପ କାରାଗାର ରଣପୁର, ଦଶପଲ୍ଲା, ଖଣ୍ଡପଡା 4 ଜେଲରେ ବଡ଼ ଧରଣର ଚଢ଼ଉ ଆଜି ଭୋର ସମୟରୁ ହୋଇଥିଲା l ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ସୂଚନା ମିଳିବା ପରେ ନୟାଗଡ଼ ଏସପି ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ହୋଇଥିଲା l ନୟାଗଡ଼ ଜେଲରୁ ବିପୁଳ ପରିମାଣର ଗୁଟଖା ଜବତ ହୋଇଛି l ବ୍ଲେଡ, ବିଡ଼ି, ସିଗାରେଟ ଆଦି ଜବତ ହୋଇଛି l ଏହି ଚଢ଼ଉରେ ସ୍ଥାନୀୟ ପୋଲିସ ଏବଂ ମ୍ୟାଜିଷ୍ଟ୍ରେଟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏସପି ରାହୁଲ ଜୈନ, ଅତିରିକ୍ତ ଏସପି ସୁବାସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
