ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବୁଝାମଣା; ଉଦ୍ଦେଶ୍ୟମୂଳକ ଭାବେ ଦଣ୍ଡ ଦେଇନଥିବା ସ୍ୱୀକାର କଲେ ଶିକ୍ଷକ

5

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ଶିକ୍ଷକ ଶ୍ରୀ ଗୌଡ଼ ଏବଂ ଅଭିଭାବକଙ୍କ ମଧ୍ୟରେ ବୁଝାମଣା ହୋଇଛି I ଆଜି ଏନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଯୋଗକାରୀ ଅଭିଭାବକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ ଛାତ୍ରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଦଣ୍ଡ ଦେଇନଥିବା ସ୍ୱୀକାର କରିବା ସହିତ ଛାତ୍ରୀଙ୍କ ପାଠ ପଢାରେ ଉନ୍ନତି ଏବଂ ସେମାନଙ୍କୁ ଶୃଙ୍ଖଳିତ କରିବା ପାଇଁ କିଛି ଦଣ୍ଡ ଦେଇଥିବା କଥା ପ୍ରକାଶ କରିଛନ୍ତି I ଅଭିଭାବକ ମାନେ ମଧ୍ଯ ଏହାକୁ ଏକ ଦଣ୍ଡ ଭାବେ ଗ୍ରହଣ ନକରିବା ପାଇଁ ନିଷ୍ପତି ନେଇଛନ୍ତି I ପ୍ରକାଶ ଥାଉକି ଗତ ଗୁରୁବାର ଦିନ ନବମ ଶ୍ରେଣୀର 36 ଜଣ ଛାତ୍ରୀ ବିଦ୍ୟାଳୟକୁ ମାଇ ଡିକ୍ସିନାରୀ ଖାତା ନେଇ ନଥିବାରୁ ଶିକ୍ଷକ ଶ୍ରୀ ଗୌଡ଼ ସେମାନଙ୍କୁ ବାଡ଼େଇ ଲହୁ ଲୁହାଣ କରିଦେଇଥିବା ଅଭିଯୋଗ କରିଥିଲେ ଛାତ୍ରୀଙ୍କ ଅଭିଭାବକ I ଆଜିର ବୈଠକରେ ଅଭିଭାବକ ବିଜୟ କୁମାର ମହାରଣା, ଲକ୍ଷ୍ମୀ ସାହୁ, ତପନ ସାହୁ, ନନ୍ଦ ସାହୁ, ପ୍ରକାଶ ଚନ୍ଦ୍ର ସାହୁ,ବନିତା ସାହୁ, ଶିବରାମ ବିଷୋୟୀ ଏବଂ ଶିକ୍ଷକ ରବିନାରାୟଣ ଗୌଡ଼, ଅଶୋକ କୁମାର ଶତପଥି, ସୁପ୍ତି ମିଶ୍ର, ଇତିଶ୍ରୀ ରଣା, କର୍ମଚାରୀ ଜିତେନ୍ କୁମାର ଦାସ, ଶିଶିର କୁମାର ଏବଂ ନାରାୟଣ ସାହୁ ଉପସ୍ଥିତ ଥିଲେ I

 

Leave A Reply

Your email address will not be published.