ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ ।

6

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲାର ସାରସ କଣା ବ୍ଲକ ସ୍ଥିତ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବାଯୋଜନା ଶାଖା ଦ୍ୱାରା ପୋଷ୍ୟଗ୍ରାମ ଧାନଘେରି ନୂଆ ପୋଖରୀ ବନ୍ଧ ଠାରେ ୧୨ ଗୋଟି ବର ଓ ଅଶ୍ୱସ୍ତ ବୃକ୍ଷ,ଧାନଘେରି ପ୍ରାଥମିକ ବିଦ୍ୟାଳୟ ସମେତ କଲେଜ ପରିସରରେ ଫଳ ବୃକ୍ଷ ରୋପଣ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ଙ୍କ ସହିତ ପୂର୍ବତନ ଜାତୀୟ ସେବାଯୋଜନା ଓଡିଶା ମୁଖ୍ୟ ତଥା ଉପସଚିବ ଡ଼ଃ ଉପେନ୍ଦ୍ରନାଥ ସାହୁ,ପୂର୍ବତନ ଜାତୀୟ ସେବାଯୋଜନା ଅଧିକାରୀ ଅଧ୍ୟାପିକା ସୁଜାତା ପଟ୍ଟନାୟକ, ମୟୁରଭଞ୍ଜ ଜିଲ୍ଲା ସହ କାର୍ଯ୍ୟକ୍ରମ ଅଧିକାରୀ ମନୋଜ ରଞ୍ଜନ ଦାଶ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର,ବାଙ୍ଗିରିପୋଷି ,ଯୋକା ଓ ଶୀର୍ଷା ଦାୟିତ୍ୱରେ ଥିବା ରେଞ୍ଜର ଶ୍ରୀଯୁକ୍ତ ଅବିନାଶ ଗିରି,କାର୍ଯ୍ୟକ୍ରମ ଅଧିକାରୀ +୩ ଆରତୀ ହୋ ,ପଦାର୍ଥ ବିଜ୍ଞାନ ସହାୟକ ଶ୍ରୀଯୁକ୍ତ ବିଶ୍ୱନାଥ ମହାନ୍ତ,ଜାତୀୟ ସେବାଯୋଜନା ନିର୍ଦେଶ କମିଟିର ସଭ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବସା ,ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ,ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ରେ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବା ସଙ୍ଗେ ଖୋଲା ପଡ଼ିଆରେ ଲାଗିଥିବା ଗଛ ଗୁଡିକ ଉପଯୁକ୍ତ ସୁରକ୍ଷା ପାଇଁ ଇଟା ଦ୍ୱାରା ବାରିକେଡ ନିର୍ମାଣ କରିଥିଲେ।ପୋଷ୍ୟଗ୍ରାମର ବାରିବିନ୍ଧାଣି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୋଟ ୬୫ଟି ଚାରା ରୋପଣ ହୋଇଥିଲା।ଉପସ୍ଥିତ ରେଞ୍ଜର ଓ ସ୍ବେଚ୍ଛାସେବୀ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଉଚ୍ଚପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରିରଖି ବାକୁ ଉଭୟ କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ବେଚ୍ଛାସେବୀ ମାନେ ମତ ରଖିଥିଲେ। 

Leave A Reply

Your email address will not be published.