ଶିକ୍ଷକ ନେତା ତଥା ସାମ୍ବାଦିକ ସୁନୀଲ ଦାଶଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମରଣିକା ଉନ୍ମୋଚନ l

5

ସୁନୀଲ ମେମୋରିଆଲ୍ ଚାରିଟେବଲ୍ ଫାଉଣ୍ଡେସନ୍ ର ହେଲା ଶୁଭ ଉଦ୍ଘାଟନ l

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ସୁନୀଲ କୁମାର ଦାଶ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବା ସହ ନିର୍ଭୀକତା ର ସ୍ବର ସୁନୀଲ ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା। ଶ୍ରୀ ଦାସଙ୍କ ନାମରେ ଏକ ଚାରିଟେବୁଲ ଫାଉଣ୍ଡେସନ ର ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ଏହି ଫାଉଣ୍ଡେସନ ଜନସେବା ଦିଗରେ କାର୍ଯ୍ଯ କରିବ ବୋଲି ସୂଚନା ଦିଆ ଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ବଂଶଧାରା ସାହିତ୍ୟ ସମାଜ ର ସଭାପତି ପ୍ରଭାତ କୁମାର ଶତପଥି, ଆଦିତ୍ୟ ବାହିନୀର ତିରୁପତି ମହାନ୍ତି, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହି ଅବସରରେ ଡଃ ପ୍ରଶାନ୍ତ କୁମାର ହୋତା, ପ୍ରଶାନ୍ତ ମିଶ୍ର, ଭାସ୍କର ଦାସ, କାଶୀ ମିଶ୍ର, ପ୍ରେମ କର ଓ ଅନ୍ଯମାନେ ସ୍ମୃତି ଚାରଣ କରିଥିଲେ। ସେ କିଭଳି ନିର୍ଭିକ ଥିଲେ ସେ ସମ୍ପର୍କରେ କହିଥିଲେ। ରମେଶ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ଯକ୍ରମରେ ନାମଜଜ୍ଞ ଓ ଅନ୍ନବ୍ୟଞ୍ଜନ କାର୍ଯ୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ଯ ମାନଙ୍କ ମଧ୍ୟରେ ପୂଜକ କାଶୀ ମିଶ୍ର, ପ୍ରକାଶ ରଥ, ନଳିନୀ ମହାନ୍ତି, ଅଶୋକ ରଥ, ଅବସରପ୍ରାପ୍ତ ଶିକ୍ଷକ ନରସିଂ ଦାସ, ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ସୁଙ୍କୁରୀ ଗଣପତି, ସମାଜସେବୀ ଅକ୍ଷୟ ଦାସ, ଜଗନ୍ନାଥ ଦାସଙ୍କ ସମେତ ବହୁ ଶିକ୍ଷକ, ସାମ୍ବାଦିକ ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ।

Leave A Reply

Your email address will not be published.