ହିଣ୍ଡାଲକୋ ପ୍ରଚଳନ କଲା ‘ସ୍ମାର୍ଟ ଅଙ୍ଗନବାଡି’

5

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଫ୍ଲାଗ୍‍ସିପ୍‍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓଡ଼ିଶାର ସମ୍ବଲପୁରଜିଲ୍ଲାର ହୀରାକୁଦ ଅଞ୍ଚଳରେ ଥିବା ସମସ୍ତ ୧୬ଟି ଅଙ୍ଗନବାଡି କେନ୍ଦ୍ରରେ ସ୍ମାର୍ଟ ଅଙ୍ଗନବାଡି (ଶିଶୁ ବାଟିକା) ପ୍ରକଳ୍ପ ଶୁଭାରମ୍ଭ କରିଛି । ହିଣ୍ଡାଲ୍‍କୋର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍‍ଆର) ପ୍ରୟାସସମୂହର ଅଂଶ ଭାବରେ ଏହି ପ୍ରୟାସ ପାରମ୍ପରିକ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଉପଭୋଗ୍ୟ ହେବା ନିମନ୍ତେ ଉଦ୍ଧିଷ୍ଟ ଆଦ୍ୟ ଶୈଶବ ଶିକ୍ଷାର ମଡେଲ ଭାବରେ ରୂପାନ୍ତରିତ କରିବା ଲକ୍ଷ୍ୟ ରଖିଛି ।
ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସୌମିତ୍ର ରୟ, ୟୁନିଟ୍‍ ହେଡ, ହୀରାକୁଦ ଏଫଆରପି କହିଛନ୍ତି, “ସ୍ମାର୍ଟ ଅଙ୍ଗନବାଡି ପ୍ରକଳ୍ପ ଏକ ପୂର୍ଣ୍ଣାଙ୍ଗ ପ୍ରୟାସ ଯାହା ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଶିକ୍ଷଣ ପରିବେଶକୁ ପରିବର୍ତ୍ତନ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । ହିଣ୍ଡାଲକୋ ଶିଶୁ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ଥାନକୁ ନିରାପଦ ଓ ଆରାମଦାୟକ କରିବା ନିମନ୍ତେ ଝରକା, କବାଟ ଏବଂ ଜଳ ନିରୋଧୀ ବ୍ୟବସ୍ଥା ସମେତ ବ୍ୟାପକ ଭିତ୍ତିଭୂମି ଉନ୍ନତି ସାଧନ କରିଛି । ପ୍ରତ୍ୟେକ କେନ୍ଦ୍ରରେ ମଧ୍ୟ ସୁସଂହତ ବିଏଏଲ୍‍ଏ (ବିଲ୍‍ଡିଂ ଆଜ୍‍ ଲର୍ଣ୍ଣିଂ ଏଡ୍‍) ଚିତ୍ର ଅଙ୍କନ କାର୍ଯ୍ୟ କରାଯାଇଛି, ଯାହା ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‍) ଯୋଜନା ଦ୍ୱାରା ଅନୁମୋଦିତ ଏବଂ ଏହାଦ୍ୱାରା ଶିକ୍ଷଣ ନିମନ୍ତେ ପରିଦୃଶ୍ୟ ଉତ୍‍ପ୍ରେରକ ପରିବେଶ ସୃଷ୍ଟି ହେଉଛି ।
ଏହି ପ୍ରକଳ୍ପର କେନ୍ଦ୍ର ସ୍ଥାନରେ ରହିଛି ଶିକ୍ଷଣ ସହାୟକ ବ୍ୟବସ୍ଥା ଏବଂ ଖେଳନାସମୂହ, ଏତଦ୍‍ବ୍ୟତୀତ ପୂର୍ଣ୍ଣାଙ୍ଗ ଶିକ୍ଷାଦାନ-ଶିକ୍ଷା ଆହରଣ ସାମଗ୍ରୀ (ଟିଏଲଏମ୍‍) ମଧ୍ୟ ରହିଛି । ଏଗୁଡିକ ଶିକ୍ଷଣକୁ ୩ରୁ ୬ବର୍ଷ ବୟସର ଶିଶୁଙ୍କ ନିମନ୍ତେ ଏକ ଅନୁଭୂତି ହାସଲକାରୀ କରିବା ସହିତ ସେମାନଙ୍କୁ ଆଗ୍ରହୀ ଏବଂ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରି ରଖୁଛି । ପିଲାମାନଙ୍କୁ ଯଥାସମ୍ଭବ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବା ନିମନ୍ତେ ଶିଶୁ ଉପଯୋଗୀ ଟେବଲ ଏବଂ ଚେୟାରଗୁଡିକ କେନ୍ଦ୍ରରେ ଯୋଗାଇ ଦିଆଯାଇଛି ।
ଆଗକୁ ହିଣ୍ଡାଲକୋ ସ୍ମାର୍ଟ ଅଙ୍ଗନବାଡି କାର୍ଯ୍ୟକ୍ରମକୁ ଆଉ ୧୬ଟି କେନ୍ଦ୍ରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟ ରଖିଛି, ଏହାଦ୍ୱାରା ଗୋଷ୍ଠୀ କଲ୍ୟାଣ ଏବଂ ଶିକ୍ଷାଗତ ମାନକୁ ସମଗ୍ର ଭାରତରେ ଆଗକୁ ଆଗେଇନେବା ନିମନ୍ତେ ନିଜର ଉତ୍ସର୍ଗୀକୃତ ଭାବକୁ ପୁନଃସୁଦୃଢ କରୁଛି ବୋଲି ଶ୍ରୀ ରୟ କହିଛନ୍ତି ।
ହିଣ୍ଡାଲକୋର ସକାରାତ୍ମକ ପ୍ରୟାସସମୂହକୁ ପ୍ରଶଂସା କରି ଶ୍ରୀମତୀ ଝୁନୁ ସ୍ୱାଇଁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‍ଡବ୍ଲୁ୍ୟଓ), ସମ୍ବଲପୁର କହିଛନ୍ତି, “ସ୍ମାର୍ଟ ଅଙ୍ଗନବାଡି ପ୍ରକଳ୍ପ ଜରିଆରେ ଅଙ୍ଗନବାଡି କେନ୍ଦ୍ରଗୁଡିକର ରୂପାନ୍ତରଣ ଆଦ୍ୟ ଶୈଶବ ଶିକ୍ଷାରେ ଉନ୍ନତି ଆଣିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ ହୋଇଛି । ହିଣ୍ଡାଲ୍‍କୋ ପକ୍ଷରୁ ଯୋଗାଇ ଦିଆଯାଇଥିବା ବର୍ଦ୍ଧିତ ସୁବିଧା ସୁଯୋଗ ଏବଂ ଶିକ୍ଷା ଆହରଣ ସାମଗ୍ରୀର ପିଲାମାନଙ୍କର ବିକାଶ ଓ ନିୟୋଜନତା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଉଛି ।” ଶ୍ରୀମତୀ ଅନିତା ନାଗ୍‍, ଜଣେ ଅଙ୍ଗନବାଡି କର୍ମୀ ଏହି ନବୀକୃତ କେନ୍ଦ୍ରଗୁଡିକ ସମ୍ପର୍କରେ ନିଜର ଦୃଷ୍ଟିକୋଣ ପ୍ରକାଶ କରି କହିଛନ୍ତି, “ନୂତନ ପରିବେଶ ଏକ ଆନନ୍ଦଦାୟକ ପରିବେଶ ସୃଷ୍ଟି କରିଛି ଯାହା ପିଲାମାନଙ୍କର ଉପସ୍ଥିତି ଓ ନିୟୋଜନତାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି । ଏକ ସୁସଂହତ ଶିକ୍ଷା ଆହରଣ ସ୍ଥଳ ଏବଂ ସମ୍ବଳଗୁଡିକ ଶିକ୍ଷା ଆହରଣକୁ ଉଭୟ ପିଲାମାନେ ଓ ଶିକ୍ଷାଦାନକାରୀଙ୍କ ନିମନ୍ତେ ଅଧିକ ଉପଭୋଗ୍ୟ ଅନୁଭୂତି ପ୍ରଦାନ କରୁଛି ।”
ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମର ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ମାର୍ଗଦର୍ଶନରେ ଗ୍ରୁପ୍‍ର ସିଏସ୍‍ଆର କାର୍ଯ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରାଯାଉଛି । ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଆମେ ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳରେ ଗୋଷ୍ଠୀଗୁଡିକର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବା । ଏଭଳି କରିବା ଦ୍ୱାରା ଆମେ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ କରିବା ଏବଂ ରାଷ୍ଟ୍ରର ମାନବ ବିକାଶ ସୂଚୀରେ ବୃଦ୍ଧି ଘଟାଇବା । ଗ୍ରୁପ୍‍ର ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ନିମନ୍ତେ ୟୁଏନ୍‍ଏସଡିଜି ଲକ୍ଷ୍ୟସମୂହ ଅନୁରୂପ ହୋଇଛି ।

Leave A Reply

Your email address will not be published.