ପ୍ରଧାନମନ୍ତ୍ରୀ ଜନମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

6

ପିଏମ ଜନମନ ପରିଯୋଜନାରେ ଉପକୃତ ହେବେ 136 ଗ୍ରାମ ବାସିନ୍ଦା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ବିକାଶ ପାଇଁ ଲକ୍ଷ ରଖାଯାଇଛି l ଏହି ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଜିଙ୍ଗତାଲ ଗ୍ରାମରେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ପକ୍ଷରୁ ପିଏମ ଜନମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲାଞ୍ଜିଆ ସୌରା ଉନ୍ନୟନ ଅଧିକାରୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ, ଅତିରକ୍ତ ତହସିଲଦାର ଅଂଶୁମାନ ପରିଡା, ଗୁଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୁଟାସିଂ ସରପଞ୍ଚ, ମେଡିକାଲ ଅଫିସର ନିହାର ରଞ୍ଜନ ପଟନାୟକ, ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ପି. ସିଏଚ ପାଢ଼ୀ, ମଙ୍ଗଳ ଅଧିକାରୀ ଧୀରେନ୍ଦ୍ର କୋଣ୍ଡାଗିରି ପ୍ରମୁଖ ମଞ୍ଚାସିନ ରହିଥିଲେl ଆୟୋଜିତ କାର୍ଯ୍ୟକ୍ରମରେ ଗୁଣୁପୁର ବ୍ଲକ ଅନ୍ତର୍ଗତ 136 ଟି ଆଦିବାସୀ ଅଧ୍ୟୁସିତ ଗ୍ରାମରେ ବସବାସ କରୁଥିବା ଆଦିମ ଜନଜାତି ମାନେ କିଭଳି ଭାବେ ଉକ୍ତ ଯୋଜନାରେ ସାମିଲ ହୋଇ ସେମାନଙ୍କର ମୌଳିକ ଅଧିକାର ପାଇପାରିବେ ସେନେଇ ଆଜି ଏହି ସଚେତନତା କାର୍ଯ୍ୟକ୍ରମ ହୋଇଛି l ସମସ୍ତଙ୍କୁ ପକ୍କା ଘର, ପ୍ରତ୍ୟେକ ଘରକୁ ନଳ ପାଣି, ପ୍ରତି ଗାଁ କୁ ରାସ୍ତା, ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ ସୁବିଧା, ଟେଲିକମ ବ୍ୟବସ୍ଥା ଭଳି ଅନେକ ସୁବିଧା ପିଏମ ଜନମନ ଯୋଜନାରେ ପାଇପାରିବେ l କିନ୍ତୁ ଆବଶ୍ୟକ କାଗଜପତ୍ର ଅଭାବରୁ ଏହି ଯୋଜନାରୁ ବଞ୍ଚିତ ରହୁଥିବା ଆଦିବାସୀଙ୍କ ସୁବିଧା ପାଇଁ ବର୍ତ୍ତମାନ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଆୟୁସ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା, ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ସିକଲ ସେଲ ରୋଗ ପାଇଁ ସ୍ୱାସ୍ଥ୍ୟ ଶିବିର, ଜାତି ପ୍ରମାଣପତ୍ର ବିଭିନ୍ନ ପଞ୍ଚାୟତରେ ସଚେତନ କାର୍ଯ୍ୟକ୍ରମ କରି ଶୀଘ୍ର ଯୋଜନାରେ ସାମିଲ କରାଯିବ ବୋଲି ସ୍ଥିର କରାଯାଇଛି l ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୭ ତାରିଖ ଯାଏଁ ଗୁଣପୁର ବ୍ଲକର ୭ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ସଚେତନତା କରାଯିବ ବୋଲି ସ୍ୱତନ୍ତ୍ର ଅଧିକାରୀ କହିଥିଲେ । ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ, କୃଷି ବିଭାଗ ଅଧିକାରୀ, ପଶୁ ସମ୍ପଦ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.