ପାଇକମାଳ ହାଇସ୍କୁଲ ରେ ଜାତୀୟ ମହାକାଶ ଦିବସ l

6

ପଦ୍ମପୁର :-ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଜାତୀୟ ମହାକାଶ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଚନ୍ଦ୍ରୟାନ- ୩ ର ଚନ୍ଦ୍ର ପୃଷ୍ଠ ରେ ଅଗଷ୍ଟ ୨୩ ତାରିଖ ରେ ସଫଳ ଅବତରଣ ଲେଣ୍ଡର ବିକ୍ରମ ଓ ପ୍ରଜ୍ଞାନ ର ଉପଲବ୍ଧି ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ବିଜ୍ଞାନ ଶିକ୍ଷୟତ୍ରୀ ନିରୁପମା ସାହୁ ଭାରତୀୟ ବୈଜ୍ଞାନିକ ଙ୍କ ଅନ୍ତରୀକ୍ଷ ସମ୍ବନ୍ଧରେ ଉପଲବ୍ଧି ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ l ଲଲିତ କୁମାର ବିଶ୍ବାଳ ପାୱାର ପଏଣ୍ଟ ମାଧ୍ୟମ ରେ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ଅନ୍ତରୀକ୍ଷ ଅଭିଯାନ ର ସମ୍ପୁର୍ଣ୍ଣ ଇତିହାସ ଉପସ୍ଥାପନ କରିଥିଲେ l ଛାତ୍ରୀ ତେୟସ୍ମୟୀ ପ୍ରଧାନ ଭାରତୀୟ ବୈଜ୍ଞାନିକ ମହାକାଶ ଗବେଷଣା ସମ୍ପର୍କ ରେ ସୂଚନା ଦେଇଥିଲେ l ଏଥିରେ ନବମ ଓ ଦଶମ ଶ୍ରେଣୀ ର ୧୫୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ର କୁଇଜ୍ ପ୍ରତିଯୋଗିତା କରି ପୁରସ୍କୃତ ଆୟୋଜନ କରାଯାଇଥିଲା l ପରିଶେଷ ରେ ବବିତା ବେହେରା,ସୁଦାମ ପାଣ୍ଡେ,ମଧୁସ୍ମିତା ମେହେର,ରଜତ କୁମାର ସାହୁ,ମନୋଜ କୁମାର ସାହୁ,ସ୍ଵାଧୀନ ବେହେରା,ଅମିତ୍ କୁମାର ସାହୁ ସହଯୋଗ କରିଥିଲେ ଏବଂ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.