ମୁଜାଗଡ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ମୁଜାଗଡ ପଞ୍ଚାୟତ ର ସରପଞ୍ଚଙ୍କ ଦୁର୍ନୀତି, ମନମୁଖୀ ଓ ଜନବିରୋଧୀ କାର୍ଯ୍ୟକଳାପ କୁ ବିରୋଧକରି ଉକ୍ତ ଗ୍ରାମର ୱାର୍ଡ ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଗତ ସକାଶେ ଉପସ୍ଥିତ ହୋଇଥିଲେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ।

ଆଜି ଅଗଷ୍ଟ ମାସ ୨୩ ତାରିଖ ଶୁକ୍ରବାର ୨୦୨୪ ଦିନ ମୁଜାଗଡ ଗ୍ରାମର କେତେକ ୱାର୍ଡ ସଭ୍ୟ ଉକ୍ତ ଗ୍ରାମର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ସୁକାନ୍ତି ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସକାଶେ ଭଞ୍ଜନଗରସ୍ଥ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ମୁଜାଗଡ ପଞ୍ଚାୟତ ରେ ଦୀର୍ଘ ଅଢେଇ ବର୍ଷ ହେବ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ସୁକାନ୍ତି ସେଠୀ ଓ ୧୫ ଜଣ ୱାର୍ଡ ସଭ୍ୟଙ୍କୁ ନେଇ ଉକ୍ତ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇ ଆସୁଅଛି। କିନ୍ତୁ ଏହି ଗ୍ରାମପଞ୍ଚାୟତର ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ତଥା ଅନେକ ଜନବିରୋଧୀ କାର୍ଯ୍ୟକଳାପ କୁ ଉକ୍ତ ପଞ୍ଚାୟତ ର ଏକ ତୃତିୟାଂଶ ବା ୧୧ ଜଣ ୱାର୍ଡ ସଭ୍ୟ ବିରୋଧ କରି ଆସୁଛନ୍ତି। ୱାର୍ଡ ସଭ୍ୟ ଓ ନାଏବ୍ ସରପଞ୍ଚ ଙ୍କ କହିବାନୁଯାୟୀ,, ସରପଞ୍ଚ ଶ୍ରୀମତୀ ସେଠୀ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ହେବା ପରେ ମଧ୍ୟ ଗ୍ରାମ ଉଦୟଗିରି ଓ କନ୍ଧମାଳ ସହରରେ ବାସିନ୍ଦା ହୋଇ ରହୁଛନ୍ତି।
ହରିଶ୍ଚନ୍ଦ୍ର ଓ ଜାତୀୟ ପରିବାର ମଗଂଳ ଯୋଜନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିଥିବା ସରକାରୀ ସହାୟତା ରାଶି କୁ ମଧ୍ୟ ଆତ୍ମସାତ କରୁଅଛନ୍ତି। ଗ୍ରାମର ରାଧାକୃଷ୍ଣ ମନ୍ଦିର ନିମନ୍ତେ ପୁର୍ବ ସରକାରଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟରୁ ୭ ଲକ୍ଷ ବିଲ୍ ହୋଇଥିଲା ବେଳେ ମଧ୍ୟ କୈାଣସି କାର୍ଯ୍ୟ ହୋଇନାହିଁ। ଆହୁରି ମଧ୍ୟ କୈାଣସି ଅସୁବିଧା ରେ ମଧ୍ୟ ଗ୍ରାମ ପଞ୍ଚାୟତ ବାସୀ ସରପଞ୍ଚ ଙ୍କୁ ସାକ୍ଷାତ କରି ପାରୁନାହାଁନ୍ତି । କିମ୍ବା ତାଙ୍କ ସହଯୋଗ ଲାଭ କରିପାରୁ ନାହାଁନ୍ତି।
ଏହିପରି ଭାବରେ ୧୫ ଗୋଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟାସକୁ ଲିଖିତ ଆକାରରେ ଉକ୍ତ ଗ୍ରାମର ୱାର୍ଡ ସଭ୍ୟ ମାନେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ଙ୍କୁ ପ୍ରଦାନ କରିଥିଲେ। ୱାର୍ଡ ସଭ୍ୟ ଙ୍କ କହିବାନୁଯାୟୀ କାର୍ଯ୍ୟରତ ସରପଞ୍ଚ ଙ୍କ ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟରେ ଗ୍ରାମପଞ୍ଚାୟତ ବାସୀ ଅତିଷ୍ଟ ହୋଇ ପଡିଲେଣି। ସେଥିନିମିତ୍ତ ଉକ୍ତ ସରପଞ୍ଚ ଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଉ ଏବଂ ସରପଞ୍ଚ ଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଶିଘ୍ର ଦିନ ଧାର୍ଯ୍ୟ କରାଯାଉ।

Leave A Reply

Your email address will not be published.