ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆଜି ଗୁରୁବାର ଅକ୍ଟୋବର ୧୫ ତାରିଖ ୨୦୨୬ ସନ୍ଧ୍ୟାରେ ପ୍ରକାଶ ପାଇଛି। ଏହି ନିର୍ବାଚନରେ ବିଜ୍ଞାନ ସମ୍ପାଦକଙ୍କୁ ଛାଡି ଦେଲେ ଅନ୍ୟ ୧୧ ଜଣ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ସମୁଦାୟ ୧୫୬୪ ଭୋଟ ମଧ୍ୟରୁ ୯୨୦ ଜଣ ଭୋଟ ଦେଇଥିବା ଜଣାପଡିଛି। ସେଥିମଧ୍ୟରୁ ନିର୍ବାଚନରେ ସଭାପତି ଭାବେ ଶିବାଜୀ ମଲ୍ଲିକ ୪୮୭ ଭୋଟ ଏବଂ ଉପସଭାପତି ଭାବେ ବିଷ୍ଣୁ ପ୍ରସାଦ ନାୟକ ୬୦୩ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ସେହିପରି ସାଧାରଣ ସମ୍ପାଦକ ଭାବେ ସି.ଏଚ. ସୂର୍ଯ୍ୟମ ପାତ୍ର ୪୬୧, ସହସାଧାରଣ ସମ୍ପାଦକ ଭାବେ ରାକେଶ କୁମାର ଗୁରୁ ୫୦୭ କ୍ରୀଡ଼ା ସମ୍ପାଦକ ଭାବେ ସୋହନ କୁମାର ସ୍ବାଇଁ ୩୬୫ ନାଟ୍ୟ ସମ୍ପାଦକ ଭାବେ ରିତେଶ କୁମାର ବେହେରା ୫୩୩ ଡିଏସଏ ସମ୍ପାଦକ ଭାବେ ଅମିତ ନାୟକ ୫୩୯ ମାଗାଜିନ ସମ୍ପାଦକ ଭାବେ ସୁମନ ପ୍ରଧାନ ୪୯୯ ଏବଂ ବିଜ୍ଞାନ ସମ୍ପାଦକ ଭାବେ ଶୁଭମ ସାହୁ ୧୩୮ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଏଥିସହ ବାଳିକା କମନ ରୁମ ସମ୍ପାଦିକା ଭାବେ ତୁଳସୀ ନାୟକ ୨୭୨ , ବାଳକ କମନ ରୁମ ସମ୍ପାଦକ ଭାବେ ସରୋଜ କାନ୍ତ ଗୌଡ଼ ୨୫୩ ଏବଂ ଏସଏସ୍ଜି ସମ୍ପାଦକ ଭାବେ ଗଙ୍ଗା ନାଇକ ୪୬୬ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ନବନିର୍ବାଚିତ ପ୍ରତିନିଧିଙ୍କୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭେଚ୍ଛା ଜଣାଇଛନ୍ତି। ବିଳମ୍ବିତ ସନ୍ଧ୍ୟାରେ ସହରରେ ବିଜୟ ଶୋଭାଯାତ୍ରା ଧୁମ୍ ଧାମରେ ସିଂଘ ବାଜା ବାଣ ଡିଜେ ଦ୍ଵାରା ଆୟୋଜିତ ହୋଇଥିଲା। ଏହି ସମୟରେ ବହୁ ଭାଜପା ନେତା ଙ୍କ ମଧ୍ୟରେ ବିଷ୍ଣୁ ପ୍ରସାଦ ପ୍ରଧାନ, ସନ୍ତୋଷ ତୀଆଡି, ଗୋପାଳ ପଣ୍ଡା, ରଜତ୍ କୁମାର ଦାସ ସହିତ ଅନ୍ୟାନ୍ୟ ନେତା ଓ ବହୁ ଛାତ୍ର ନେତା ମଧ୍ୟ ଉପସ୍ଥିତ ଥିଲେ। ଏହି ବିରାଟ ଶୋଭାଯାତ୍ରା ଫରେଷ୍ଟ ଆଇ ବି ରୁ ବାହାରି ଲଣ୍ଡେଇସାହି,ଭେଜିପୁଟ, ଷ୍ଟେଟବ୍ୟାଙ୍କ,ଖାଲାସିସାହି ହୋଇ ମେଇନରୋଡ ଥାନା ବସଷ୍ଟାଣ୍ଡ୍ ଅତିକ୍ରମ କରିଥିଲା। ବିଭିନ୍ନ ସାହି ଛକ ମାନଙ୍କରେ ଜନସାଧାରଣ ଆଗ୍ରହର ସହିତ ଫୁଲମାଳ ଦେଇ ଛାତ୍ର ନେତା ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।
ଏହାପୂର୍ବରୁ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ମଧ୍ୟ ଏବିଭିପି ସମର୍ଥିତ ସମସ୍ତ ଛାତ୍ରୀ ପ୍ରତିନିଧି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସଭାପତି ରୁପେ ଦୀପିକା ପ୍ରଧାନ, ଉପସଭାପତି ରୁପେ ତୁଳସୀ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ପ୍ରିୟଦର୍ଶନୀ ଷଢଗୀ ଓ ଅନ୍ୟାନ୍ୟ ପଦବୀ ରେ ଅନ୍ୟ ଛାତ୍ରୀ ମାନେ ନିର୍ଦ୍ଵନ୍ଦରେ ରେ ନିର୍ବାଚିତ ହୋଇଥିଲେ। ତେଣୁ ସେମାନେ କୈ।ଣସି ଶୋଭାଯାତ୍ରା କରିନଥିଲେ କିମ୍ବା ଶୋଭାଯାତ୍ରା ରେ ଭାଗନେଇନଥିବା ଜଣାପଡିଛି। ଦେଖିବାକୁ ଗଲେ ଭଞ୍ଜନଗରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ସଂସଦ ପାଇଁ ଵହୁ ଗୁରୁତ୍ବ ରହିଛି।
Sign in
Sign in
Recover your password.
A password will be e-mailed to you.
Next Post