
ପଦ୍ମପୁର:-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଦିବସ ପାଳନ କରାଯାଇଛି। ପ୍ରଥମେ ଯୁକ୍ତ ଦୁଇ ଛାତ୍ରୀ ଶକ୍ତି ସ୍ୱରୂପା ପଣ୍ଡା ଏବଂ ତାଙ୍କ ସାଥୀବୃନ୍ଦ ଗଙ୍ଗାଧର ମେହେରଙ୍କ ଏକ ସୁନ୍ଦର ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ଶ୍ରୀ ପଣ୍ଡା ଅତିଥି ସମେତ ସମସ୍ତଙ୍କୁ ସ୍ଵାଗତ ଜଣାଇ ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ଗୁଡ଼ିକ ସହିତ ସାହିତ୍ୟ ଜଗତରେ ତାଙ୍କର ଅବଦାନ ବିଷୟରେ ନିଜର ଅଭିଭାଷଣ ଦେଇଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡଃ ସରୋଜ କୁମାର ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରଗଡ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଗର୍ତିଆ ଯୋଗ ଦେଇ ନିଜ ଅଭିଭାଷଣରେ ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ଗୁଡ଼ିକର ସମ୍ପ୍ରତ୍ୟ ଜୀବନରେ ପ୍ରାସଙ୍ଗିକତା ଉପରେ ଗୁରୁତ୍ବ ଦେଇଥିଲେ। ଡଃ ଗର୍ଟିଆ ଗଙ୍ଗାଧର ମେହେରଙ୍କ କବିତାଗୁଡ଼ିକର ଉଦାହରଣ ଦେଇ ସେଗୁଡିକୁ ପ୍ରକୃତି, ଜଳବାୟୁ ପରିବର୍ତ୍ତନ, ନାରୀ ସଶକ୍ତିକରଣ, ନୈତିକତା, ସଂସ୍କୃତି, ରାଷ୍ଟ୍ର ଗଠନ ପରିପ୍ରେକ୍ଷୀରେ ବର୍ଣକରିଥିଲେ। ଅନ୍ୟ ଏକ ଅତିଥି ଭାବରେ ମହାବିଦ୍ୟାଳୟ ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ନିଜ ଅଭିଭାଷଣରେ ଗଙ୍ଗାଧର ମେହେରଙ୍କ ଓଡ଼ିଆ ସାହିତ୍ୟ ଜଗତରେ ପ୍ରମୁଖ ଅବଦାନ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ପ୍ରଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ଉପଲକ୍ଷେ ଓଡ଼ିଆ ବିଭାଗରେ “ଅନ୍ୱେଷା” ପ୍ରାଚୀର ପତ୍ରିକା ର ଉନ୍ମୋଚନ ଅତିଥି ଏବଂ ଅଧ୍ୟକ୍ଷ ଙ୍କ ଦ୍ଵାରା କରାଯାଇଥିଲା। ଏହି କାର୍ଯକ୍ରମ ରେ ଓଡ଼ିଆ ଅଧ୍ୟାପକ ଜୟ କୁମାର ଭୂଏ ଏବଂ ଅଧ୍ୟାପିକା ସୁରେଶ୍ଵରୀ ପାଣ୍ଡେ ବିଶେଷ ଭାବରେ ସହଯୋଗ କରିଥିଲେ। ଏହି ସଭାରେ ଡଃ ବିରଞ୍ଚି ସାହୁ, ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ନବକୃଷ୍ଣ ମିଶ୍ର, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଡଃ ତୁଷାରକାନ୍ତ ସାହୁ, ଶ୍ରୀ ପ୍ରମୋଦ ପାଣିଗ୍ରାହୀ, ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀମତୀ ଶର୍ମିଲା ପଣ୍ଡା, ଶ୍ରୀମତୀ ବୁନି ସାହୁ ଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post