ରାୟଗଡ: ସ୍ଥାନୀୟ ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ଦ୍ୱତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିଭାବେ ରାୟଗଡ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟତମ ସମ୍ମାନିତ ଅତିଥିଭାବେ ରାୟଗଡ ବନଖଣ୍ଡ (ଏସିଏଫ) ଶ୍ରୀ ଅଶୋକ କୁମାର ପ୍ରଧାନ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିଲେ l ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିଛବିରେ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏହାପରେ ସଙ୍ଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ଦ୍ୱତୀୟ ବର୍ଷ ପୂର୍ତ୍ତି ମଧ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଆସୁଛି ସେଥିରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଓ ଏହାର ଉନ୍ନତି ପାଇଁ ବିଭିନ୍ନ ସମୟରେ ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି, ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ସଚେତନ କରିବା ପାଇଁ ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସଙ୍ଘର ସମସ୍ତ ସଦସ୍ୟ l ଏହାସହ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ରାୟଗଡ ବ୍ଲକ ସ୍ଥିତ ହାଲୁଆ ଗ୍ରାମରେ ବସବାସ କରୁଥିବା ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛି l ବର୍ତ୍ତମାନ ସମାଜରେ ଅପରାଧିକ ଓ ଅସାମାଜିକ କାର୍ଯ୍ୟକ୍ରମର ମୂଖ୍ୟ ସମସ୍ୟା ହେଉଚି ନିଶା ସେବନ ଏହାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ରାୟଗଡ ବ୍ଲକ ଅଧୀନରେ ଥିବା ହାଲୁଆ ଗ୍ରାମପଂଚାୟତର ସମସ୍ତ ଗ୍ରାମରେ ନିଶା ନିବାରଣ ସ୍ଲୋଗାନରେ ଏକ ସଚେତନତା ରଥ ମାଧ୍ୟ୍ୟମରେ ନିଶା ସେବନରୁ ଦୁରେଇ ରହିବା ପାଇଁ ବାର୍ତ୍ତା ପହଞ୍ଚେଇବା ସହ ଉକ୍ତ ଗ୍ରାମ ମାନଙ୍କରେ ସଭା କରି ନିଜକୁ ନିଶା ସେବନରୁ ଦୁରେଇ ରହି ଏକ ନିଶାମୁକ୍ତ ସମାଜ ଗଠନ କରିବା ନେଇ ସଚେତନତା ସୃଷ୍ଟି କରିଛି l ପରିବେଶର ସୁରକ୍ଷା ଓ ସନ୍ତୁଳିତ ରଖିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ସଦର ମହକୁମା ତଥା ଏହାର ନିକଟ ବର୍ତ୍ତୀ ଅଞ୍ଚଳ ମାନଙ୍କରେ ବୃକ୍ଷଚାରା ରୋପଣ କରିବା ସହ ଏହାର ଯତ୍ନ ନେଇଛନ୍ତି ସଙ୍ଘର ସମସ୍ତ ସଦସ୍ୟ ଓ “ପରିବେଶର ସୁରକ୍ଷା ଏବଂ ପ୍ଲାଷ୍ଟିକ ବର୍ଜନ” ଶୀର୍ଷକରେ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରି କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି l ଏହାସହ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମୌଳିକ ସମସ୍ୟା ଓ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅନେକ ଦାବୀ ନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରୁଚି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ l ଉକ୍ତ ପ୍ରତିଷ୍ଠା ଦିବସରେ ନିମନ୍ତ୍ରିତ ସମସ୍ତ ଅତିଥି କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଉତ୍ତରତର କାମନା କରିଛନ୍ତି l ଏହି ଅବସରରେ ନିଜକୁ ସମାଜସେବାରେ ନିୟୋଜିତ ବିଭିନ୍ନ ବର୍ଗର ଲୋକ ଯଥା, ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, ବନରକ୍ଷୀ ରାୟଗଡ ରେଞ୍ଜ, ପରିବେଶବିତ ତଥା ସମାଜସେବୀ ଶ୍ରୀମତୀ ଡାଲାମୁଡି ଗୌରୀ ଓ ଶ୍ରୀ କରଡ଼ା ରାମ ଶଙ୍କରଙ୍କୁ ନିଜର ଉତ୍ସର୍ଗୀକୃତ ସମାଜସେବା ପାଇଁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦେଇ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ପ୍ରଥମେ ସଭାପତି ଶ୍ରୀ ଦୟାନନ୍ଦ ଖାଡଡାଙ୍ଗାଙ୍କ ନେତୃତ୍ୱରେ ସମସ୍ତ ସଭ୍ୟ ସ୍ଥାନୀୟ ଶକ୍ତି ଜରାଶ୍ରାମରେ ବାସ କରୁଥିବା ଅନ୍ତେବାସୀଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲେ l ଉକ୍ତ ପ୍ରତିଷ୍ଠା ଦିବସରେ ନବ ଭାରତ ନିର୍ମାଣ ସେବା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ବୋମାଲୀ କାନ୍ତାରାଓ, ସହରର ବୁଦ୍ଧିଜୀବୀ, ସମସ୍ତ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଏବଂ ଜିଲ୍ଲାରେ ଥିବା ଶିଳ୍ପ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ସଙ୍ଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ସଭ୍ୟ ଶ୍ରୀ ସନ୍ତୋଷ ଲମତା, ମଣ୍ଟୁ ଦଣ୍ଡସେନା, ହରି ନାରାୟଣ ଦାଶ, କେ. କ୍ରିଷ୍ଣାମୂର୍ତ୍ତି, ରୋହିତ ଜେନା, ଦୀପକ ପଣ୍ଡା ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.