(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା) : ଶ୍ରାବଣ ମାସ ରେ ପ୍ରଥମ ସୋମବାର ଦିନ ଠାରୁ ଆରମ୍ଭ କରି ମାସର ପ୍ରତ୍ୟେକ ସୋମବାର ମାନଙ୍କରେ ଶିବାଳୟ ମନ୍ଦିରରେ ବୋଲବମ୍ ଭକ୍ତ ଙ୍କ ସମାଗମ ହୋଇ ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଖଲ୍ଲିକୋଟ ର ଶ୍ରୀ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିର ର ପରିବେଶ ନିଆରା । ଆଜି ସ୍ଥାନୀୟ ଖଲ୍ଲିକୋଟ ବରାଳ ବାଲୁଙ୍କେଶ୍ୱର ମନ୍ଦିର ଚଳଚଞ୍ଚଳ ହେବାର ଦୃଶ୍ୟ ପରିଲକ୍ଷିତ ହେଉଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ବୋଲବମ୍ ଭକ୍ତ ଙ୍କ ଆଗମନ ରେ ମନ୍ଦିର ର ପରିବେଶ ଚଳଚଞ୍ଚଳ ହୋଇପଡିଛି।
ଖଲ୍ଲିକୋଟ ର ସ୍ଥାନୀୟ ଲୋକମାନେ ତଥା ମନ୍ଦିର ପରିଚାଳନା କମିଟି ର ସ୍ବେଚ୍ଛାସେବୀ ସଂଗଠନ ର ଭକ୍ତମାନେ ପ୍ରସାଦ ସେବନ ର ଆୟୋଜନ କରିଛନ୍ତି ବୋଲି ଜଣାପଡିଛି।
ଖଲ୍ଲିକୋଟ ର ଜନସାଧାରଣ ତଥା ମନ୍ଦିର ର ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନଙ୍କ ସହଯୋଗ କୁ ଭୂୟସୀ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.