ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜୁଲାଇ ମାସ ୨୮ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଶ୍ବହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉତ୍ସବ, ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ୧୬ ତମ ବଳିଦାନ ଦିବସ ଓ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ ନିମନ୍ତେ କୁଲାଡ ଗ୍ରାମରେ ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ପାଇଁ ରୁପରେଖ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଏବଂ କୁଲାଡ ଅଞ୍ଚଳର ସମସ୍ତ ସଂଘ ପରିବାରର ବିଭିନ୍ନ ସଂଗଠନ ଯଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ, ଶିଶୁ ମନ୍ଦିର ଗୁରୁଜୀ ମାନେ ଓ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଖପାଖ ପଞ୍ଚାୟତ ଗାଲେରି, ତୁରୁମୁ,ବାହୁଡ଼ା,ତିଳିସିଗିଂ,ଲେମ୍ଭେଇ,କୁଲାଡ, ଢିହପଢାଳ ସହିତ ଗୋଲାପଡା ପଞ୍ଚାୟତ ର ବଛା ବଛା କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ରେ ଆଗାମୀ ୨୫ ତାରିଖ ରବିବାର ଦିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୬ ତମ ବଳୀଦାନ ଦିବସ, ବିଶ୍ବହିନ୍ଦୁ ପରିଷଦ ର ୬୦ ତମ ପ୍ରତିଷ୍ଠା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ପାଇଁ ରୁପରେଖ ପ୍ରସ୍ତୁତି କରାଗଲା। ଏବଂ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ନିମନ୍ତ୍ରଣ ପାଇଁ ବ୍ୟବସ୍ଥା କରାଗଲା। ଏହା ସହିତ ମଞ୍ଚ ବ୍ୟବସ୍ଥା, ବିରାଟ ତୋରଣ ବ୍ୟବସ୍ଥା,ଖାଦ୍ୟ ପାନୀୟ ବ୍ୟବସ୍ଥା, ସାଧୁସନ୍ଥମାନଙ୍କର ଆଗମନ, ନଗରଭ୍ରମଣ ବ୍ୟବସ୍ଥା ସହିତ ପାଖାପାଖି ୩୦୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେବା ର ରୁପରେଖ ଉକ୍ତ ବୈଠକରେ ପ୍ରସ୍ତୁତ ହୋଇଛି। ଏବଂ ଏଥି ନିମନ୍ତେ ସଞ୍ଚାଳନ କମିଟି ମଧ୍ୟ ଗଠନ କରାଗଲା। ଯେଉଁ ସଞ୍ଚାଳନ କମିଟି ରେ ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ ପାଞ୍ଚଜଣ କାର୍ଯ୍ୟକର୍ତ୍ତା ଙ୍କ ସହିତ ସ୍ଥାନୀୟ ଅଞ୍ଚଳର କାର୍ଯ୍ୟକର୍ତ୍ତା ଙ୍କୁ ନେଇ ୨୧ ଜଣିଆ କମିଟି ଗଠନ କରାଯାଇଛି। ଉକ୍ତ କମିଟି ଏହି ବିରାଟ ଉତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବ।
ଆଜିର ପ୍ରସ୍ତୁତି ବୈଠକ ରେ ୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ମଧ୍ୟ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ ସୁଧିର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମୁରଲୀଧର ପଣ୍ଡା, ଜିଲ୍ଲା ସମ୍ପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ଅଜୟ ମହାପାତ୍ର, ଗୁପ୍ତେଶ୍ୱର ସୁବୁଦ୍ଧି, ରଙ୍କ ନିଧି ଜେନା, ଶିବାନନ୍ଦ ମହାପାତ୍ର। ଏବଂ ଅଞ୍ଚଳ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ରୁ ବୁଲୁ ସାହୁ, ଲୁଲୁ ପଣ୍ଡା , ସହ ସମ୍ପାଦକ ରାମ କୃଷ୍ଣ ଦାସ, ପ୍ରଦିପ ପାତ୍ର, ସଂଜୟ ସ୍ଵାଇଁ, ସଂଜୟ ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ବିଚିତ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ,ମନୁନନ୍ଦ ପତି, ପୂଣ୍ଣ ଚନ୍ଦ୍ର ଗୈାଡ, ଅରୁଣ ପ୍ରଧାନ, ନିଳାଦ୍ରୀ ଉଦଣ୍ଡ୍ରା, ସଂଘ କାର୍ଯ୍ୟକର୍ତ୍ତା ମନୋଜ ପାତ୍ର, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ, ଭାଗ୍ୟଲତା ଭଉଣୀ ସମେତ ଅନ୍ୟାନ୍ୟ ବିଶିଷ୍ଟ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଙ୍କ ସହିତ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେବାର ବ୍ୟବସ୍ଥା ହୋଇଛି। ସେଥିନିମିତ୍ତ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ପର୍ଯ୍ୟନ୍ତ ଏପରି ପ୍ରସ୍ତୁତି ବୈଠକ ଆଗକୁ ମଧ୍ୟ ଅନୁଷ୍ଠିତ ହେବାର ଅଛି।