ପଦ୍ମପୁର :- ସ୍କୁଲ ମାନଙ୍କର ଆର୍ଥିକ ନେଣଦେଣ ସ୍ୱଚ୍ଛଳ ଓ ସୁଗମ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଡିଜିଗେଭର୍ମେଣ୍ଟ ପ୍ରଶିକ୍ଷଣ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକା ସାଙ୍ଗରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସଭାରେ ସଭାପତିତ୍ବ କରିଥିଲେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇ ।ବରିଷ୍ଠ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣି ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡିଜିଗଭ ର୍ମେଣ୍ଟକୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ଏହି ସଭାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନି ସାହୁ, ଏ ବି ଇ ଓ ଶ୍ରୀ ରାମ ସିଂ ଭୋଇ, ସାଧନକର୍ମୀ ଶ୍ରୀ ରୂପକ ସାହୁ ଓ ଶ୍ରୀ ହେମନ୍ତ ଛୁରା ମଞ୍ଚାସିନ ଥିଲେ। ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଯୋଗଦାନ କରିଥିଲେ। ଦୁଇଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ସାଧନ କର୍ମୀ ଶ୍ରୀ ରୂପକ ସାହୁ, ଶ୍ରୀ ହେମନ୍ତ ଛୁରା, ଶ୍ରୀମତୀ ନବନିତା ସେଠ, ଶ୍ରୀ ନେତ୍ରାନନ୍ଦ ସାହୁ, ଶ୍ରୀ ଜଗନ୍ନାଥ ବେହେରା ଓ ଶ୍ରୀ ପ୍ରେମ ସାଗର ପଧାନ ପ୍ରଶିକ୍ଷଣ ଦେବେ।
Sign in
Sign in
Recover your password.
A password will be e-mailed to you.
Next Post