ପୁରେନା ରେ ସାଂସ୍କୃତିକ ଦିବସ ପାଳିତ।

5

ପଦ୍ମପୁର :- ତା ୨୫/୦୭- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଚତୁର୍ଥ ଦିବସ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସାଂସ୍କୃତିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ଲେଖ୍ରୃ ବାରିକ, ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ ପିଲାଙ୍କ ମଧ୍ୟରେ ଏକତା ଓ ବିବିଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚ ଓ ଗୀତ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।

Leave A Reply

Your email address will not be published.