ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଲୋନ ପ୍ରଦାନ…

5

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଜୀବିକା ମିଶନ ତଥା ମିଶନ ଶକ୍ତି ବିଭାଗର ଲୋକାଭିମୁଖୀ କାର୍ଯ୍ୟକଳାପ SHG ବ୍ୟାଙ୍କ୍ ଲିଙ୍କେଜରେ ଆଜି ଭାରତୀୟ ଷ୍ଟେଟବେଙ୍କ ଟିକାବାଲି ଶାଖା ତରଫରୁ ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ମାଷ୍ଟ୍ରପଡ଼ା, ଟିକାବାଲିକୁ ୧୦ ଲକ୍ଷ ଟଙ୍କା ଋଣ (ବିନାସୁଧ) ପ୍ରଦାନ କରାଯାଇ ଅଛି l ଏହି କାର୍ଯ୍ୟ କ୍ରମରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ଶାଖା ପରିଚାଳକ SBI ଟିକାବାଲି ସୁଶାନ୍ତ କୁମାର ପ୍ରଧାନ, ଫିଲଡ୍ ଅଫିସର ସୁଭାସିଶ ସେଠି, BPM ଓଡ଼ିଶା ଜୀବିକା ମିଶନ ଭାଗ୍ୟରଥି ପୃଷ୍ଟି, MBK ଟିକାବାଲି ଗୀତାଞ୍ଜଳି ସ୍ୱାଇଁ, CRP କୁନି ଦିଗାଲ ଉପସ୍ଥିତ ରହି ଅନ୍ନପୂର୍ଣ୍ଣା SHGର ସମସ୍ତ ମାଆମାନଙ୍କୁ ଚେକ୍ ଓ ସାଙ୍କସନ ଅର୍ଡର ପ୍ରଦାନ କରିଥିଲେ । ଏହି ଲୋନ ପାଇଲା ପରେ ମାଆମାନେ ନିଜର ଆର୍ଥିକ ସ୍ଥିତି ସୁଧାରିବା ସହ ସାମାଜିକ ଓ ଅର୍ଥନିତିକ ଉନ୍ନତ କରିପାରିବେ ବୋଲି BDO ଟିକାବାଲି ସୁଚନା ଦେଉଛନ୍ତି ଏବଂ ମାଆମାନେ ଲୋନ ପାଇ ଖୁସିଥିବା ପ୍ରକାଶ କରିବା ସହ BDO ଟିକାବାଲି, BPM ଟିକାବାଲି , MBK, CRP, BM SBI ଓ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.