ଉତ୍କଳ ଆଲୁମିନା କମ୍ପାନୀ ପ୍ରଜେକ୍ଟ ଉଦ୍ୟମୀର ବାର୍ଷିକ ଉଦ୍ୟୋଗୀ ମେଳା ଅନୁଷ୍ଠିତ।

6

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ଉତ୍କଳ ଆଲୁମିନା କାରଖାନା ର ପ୍ରଭାବିତ ଅଞ୍ଚଳରେ ଉତ୍କଳ ଆଲୁମିନା ସହଯୋଗିତା ଓ ଇଡିଆଇଆଇ ମିଳିତ ଆନୁକୂଲ୍ୟରେ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସ୍ବବଲମ୍ବୀ କରି ଛୋଟଛୋଟ ଉଦ୍ୟୋଗୀ  ତିଆରି କରିବାପାଇଁ ପ୍ରଜେକ୍ଟ ଉଦ୍ୟମୀ  ୨୦୨୧ ମସିହାରୁ ଆରମ୍ଭ କରାଯାଇଥିଲା।୨ଟି ବ୍ଲକରେ ୩୦୧ ଗୋଟି ଛଟ ବଡ ପ୍ରକଳ୍ପ ତିଆରି ହୋଇଛି।ପ୍ରତକ୍ଷ ଓ ପୋରକ୍ଷ ରେ ପ୍ରାୟ ୬୦୦ ଜଣ ଉପକୃତ ହୋଇପାରିଛନ୍ତି।

Imageପ୍ରଜେକ୍ଟ ଉଦ୍ୟମୀର ୩୦୦ ପ୍ରକଳ୍ପ ପାଇଁ  ଧାର୍ଯ୍ୟଥିବା ବେଳେ ତାହା ପୂରଣ ହୋଇଥିବାରୁ  ତାହାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଉତ୍କଳ ଆଲୁମିନା ନୂଆପଡା ଟାଉନସିପରେ ଥିବା ମଲ୍ଟି ଫଙ୍କସନ  ହଲରେ ଅନୁଷ୍ଠିତ  ହୋଇଯାଇଛି ।ଏହି କାର୍ଯ୍ୟକ୍ରମକରେ ବିଜୟ କୁମାର ସାହୁ ଜିଏମ ଡିଆଇସି ,ରବିନ୍ଦ୍ର ମିଶ୍ର ୟୁନିଟ ହେଡ଼  ଉତ୍କଳ ଆଲୁମିନା, ଶିବ ପ୍ରସାଦ ମହାପାତ୍ର ହିଣ୍ଡାଲକୋ କ୍ଲଷ୍ଟର ହେଡ,ଲୋପାମୂଦ୍ରା ମିଶ୍ର ଉତ୍କଳ ଆଲୁମିନା ସି ଏସ ଆର ହେଡ,ସଚିକାନ୍ତ ମଲ୍ଲିକ ପ୍ରଜେକ୍ଟ ଡାଇରେକ୍ଟର ଇଡିଆଇଆଇ,ଦୈତାରୀ ସାମନ୍ତରାୟ ସେଣ୍ଟର ହେଡ ପ୍ରଜେକ୍ଟଉଦ୍ୟମୀ, ଜ୍ୟତି ରଥ ପ୍ରଜେକ୍ଟ ମେନେଜର ଇଡିଆଇଆଇ,ମୌସୁମୀ ଦାସ ଆସିଷ୍ଟାଣ୍ଡ ଅଫିସର ଉତ୍କଳ ଆଲୁମିନା ସିଏସ ଆର, ତନ୍ମୟ ମହାନ୍ତି ସିଏସ ଆର ହେଡ ଆଦିତ୍ୟ ଆଲୁମିନା ଉପସ୍ଥିତ ଥିଲେ।

Imageପ୍ରାୟ ୩୦୦ ରୁ ଉର୍ଦ୍ଧ ଉଦ୍ୟୋଗୀ  ଉପସ୍ଥିତ ଥିଲେ।ନୂତନ ଉଦ୍ୟଗୀ ମାନଙ୍କ ପାଇଁ ଖୁବଶିଘ୍ର ଉଦ୍ୟମୀ ୨ ଆରମ୍ଭ ହେବାକୁ ଯାଉଛି ବୋଲି ଉତ୍କଳ ଆଲୁମିନା ୟୁନିଟ ହେଡ ରବିନ୍ଦ୍ର ମିଶ୍ର କହିଛନ୍ତି।

Leave A Reply

Your email address will not be published.