ଟାଉନ୍ କ୍ଳବ୍ ସମ୍ପାଦକ ଙ୍କ ବିୟୋଗ ରେ ବାସୁଦେବପୁର ରେ ଶୋକ ରଚ୍ଛାୟା।

5

ବାସୁଦେବପୁର – ବାସୁଦେବପୁର ଟାଉନ୍ କ୍ଳବ୍ ର ପ୍ରତିଷ୍ଠାତା ସମ୍ପାଦକ ଖଗେଶ୍ବର ଜେନା ଙ୍କ ପର ଲୋକ ରେ ବାସୁଦେବପୁର ରେ ଶୋକ ର ଛାୟା ଖେଳି ଯାଇଛି। ସ୍ଵର୍ଗତ ଖଗେଶ୍ବର ଜେନା ଜଣେ ଜଣା ଶୁଣା ମିଷ୍ଠ ଭାଷୀ, ସମସ୍ତ ଙ୍କ ର ଅତି ଆଦରଣୀୟ ବ୍ୟକ୍ତିତ୍ଵ ଥିଲେ। ମୃତ୍ୟ ବେଳ କୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିବାର ର ସୂଚନା ମିଳିଛି। ବାସୁଦେବପୁର ଟାଉନ୍ କ୍ଳବ୍ ସଦସ୍ୟ ମାନେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବାସୁଦେବପୁର ର ବିଧାୟକ ଅଶୋକ କୁମାର ଦାସ, ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ଙ୍କ ସହ ବହୁ ରାଜନେତା, ସମାଜସେବୀ, କ୍ରୀଡା ପ୍ରେମୀ, ଗଣ ମାଧ୍ୟମ ପ୍ରତିନିଧି ମାନେ ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସୂଚନା ଥାଉ କି ବାସୁଦେବପୁର ରେ ଟାଉନ୍ କ୍ଳବ୍ ର ପ୍ରତିବର୍ଷ ଜଗବନ୍ଧୁ ମେମୋରିଆଲ ଫୁଟ ବଲ୍ ମ୍ୟାଚ ସହ ଅନ୍ୟାନ୍ୟ କ୍ରୀଡା ଉତ୍ସବ ଆୟୋଜନ ରେ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କ ସହ ସ୍ବର୍ଗତ ଖଗେଶ୍ବର ଜେନା ଙ୍କ ଅବଦାନ ଅତୁଳନୀୟ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.