ଘୁ.ଉଦୟଗିରି କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରେ ଝୁଲୁଛି ତାଲା, ହତାଶ ଚାଷୀ…

5

କନ୍ଧମାଳ(ଗଗନ କୁମାର ପ୍ରଧାନ): ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କ୍ଷୁଦ୍ର ଜଳ ସେଚନ ଉପବିଭାଜନ କାର୍ଯ୍ୟଳୟ l ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲିବା ସହ କାର୍ଯ୍ୟାଳୟ ପରିସର ଜଙ୍ଗଲରେ ପରିପୂର୍ଣ୍ଣ ହେବା ସହ ମୁଖ୍ୟ ଫାଟକରେ ତାଲା ଝୁଲୁ ଥିବା ଦେଖା ଦେଇଛି l ଅନ୍ୟ ପକ୍ଷରେ ସିର୍କୀ, ମଧୁଝରି ଓ ରଟିଙ୍ଗିଆ ଡ୍ୟାମ ସହ ଅନ୍ୟ ଡ୍ୟାମରୁ ଚାଷ ଜମିକୁ ଜଳ ସେଚନ ଠିକ ଭାବରେ ହେଉନ ଥିବାରୁ ମାନସିକ ଚାପରେ ଚାଷୀ l ଏହି ଅଞ୍ଚଳର ଚାଷୀଙ୍କୁ ବର୍ଷା ପାଣି ହିଁ ସାହା ଭରୋସା ହୋଇ ଥିବା ଦେଖା ଦେଇଛି l ଏହି କାର୍ଯ୍ୟଳୟରେ ସବ-ଡିବିଜୋନାଲ ଅଫିସର(ଏମଆଇ), ତିନିଜଣ ଯନ୍ତ୍ରୀ, ଜଣେ କିରାଣୀ, ଜଣେ ଚାରିଚକିଆ ଯାନ ଚାଳକ ଓ ଜଣେ ସେକ୍ସନ ଅଫିସର ନିଯୁକ୍ତି ହେବାର ସରକାରୀ ଆଇନ ରହିଛି l କିନ୍ତୁ ଅତି ପରିତାପର ବିଷୟ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟରେ ଜଣେ ମଧ୍ୟ ସରକାରୀ କର୍ମଚାରୀ ନାହାନ୍ତି l ସରକାରୀ କର୍ମଚାରୀ ନ ଥିବାରୁ ଠପ ହୋଇଛି ବିକାଶର କାମ l ତେଣୁ ଚିନ୍ତାରେ ସ୍ଥାନୀୟ ଚାଷୀ l ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନ ଅଧୀନରେ ଘୁ.ଉଦୟଗିରି ସେକ୍ସନ, ଟିକାବାଲି ସେକ୍ସନ, ରାଇକିଆ ସେକ୍ସନ ରହିଛି l ଏହି ସେକ୍ସନ କାର୍ଯ୍ୟାଳୟର ତଦାରଖ ଆସିଷ୍ଟାଣ୍ଡ ଇଂଜିନିୟର କରିଥାନ୍ତି l ବର୍ତ୍ତମାନ ଏହି ତିନିଟି ସେକ୍ସନ ତଦାରଖ କରିବା ପାଇଁ କେବଳ ଜଣେ ଏଇ ଟିକାବାଲି ସେକ୍ସନ ଅଫିସରେ ଅଛନ୍ତି l ଯାହା ପାଇଁ ଜଳସେଚନ ଠିକ ଭାବରେ ହେଉନ ଥିବାରୁ ଚାଷୀ ଚିନ୍ତାରେ ଥିବା କହିଛନ୍ତି l ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଥା ସମ୍ଭବ ଘୁ.ଉଦୟଗିରି କ୍ଷୁଦ୍ର ଜଳ ସେଚନ ଉପବିଭାଜନରେ ଖାଲି ପଡ଼ି ଥିବା ସରକାରୀ କର୍ମଚାରୀ ପଦବୀ ପୂରଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସୀନ୍ଧା ଓ ଚାଷୀ l ମିଳିଥିବା ସୂଚନା ମୁତାବକ ସମଗ୍ର ଜିଲ୍ଲାରେ ଏକା ଦଶା l ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ନାହାନ୍ତି l ଯାହା ପାଇଁ କନ୍ଧମାଳ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ବୌଦ୍ଧ ଜିଲ୍ଲା ଏସଇଙ୍କ ଦ୍ୱାରା ପରିଚାଳିତ l ସରକାରୀ ଅବହେଳା ଯୋଗୁଁ ସମଗ୍ର ଜିଲ୍ଲାରେ ମଧ୍ୟ ଜଳସେଚନ କାର୍ଯ୍ୟରେ ବ୍ୟାଘାତ ଦେଖା ଦେଉ ଥିବା ଚାଷୀ କହିଛନ୍ତି l ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ଖାଲି ପଡ଼ି ଥିବା ପଦବୀ ପୂରଣ ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି lଘୁ.ଉଦୟଗିରିରେ ଥିବା ଜଳ ସେଚନ ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିବା ସୂଚନା ମିଳିଛି l

Leave A Reply

Your email address will not be published.