ସାପ କାମୁଡ଼ାରେ ଯୁବକ ମୃତ୍ୟୁ ।

4

 ବାସୁଦେବପୁର – ବୁଧବାର ରାତି ରେ ଘରେ ଖାଇ ଶୋଇଥିବା ସମୟ ରେ ଏକ ଅଘଟଣ ଘଟିଲା,ମା ଙ୍କ କହିବା ମୁତାବକ  ରାତିରେ ଖାଇ ସାରି ତିନି ଭାଇ ଗୋଟିଏ ଘରେ ଶୋଇଥିଲେ।ମୃତ ଯୁବକ ରଞ୍ଜନ ଙ୍କ ସାନ ଭାଇ ଙ୍କ ନିଦ ଯେତେବେଳେ ରାତିରେ ଭାଙ୍ଗିଲା ସେତେବେଳେ ସେ ଦେଖିଲା ଯେ ତାର ଵଡ ଭାଇ ରଞ୍ଜନ ଙ୍କ ପାଟି ରୁ ଗରଳ ବାହାରୁଛି।ସେ ସଙ୍ଗେ ସଙ୍ଗେ ଯାଇ ତା ମା ଙ୍କୁ ଡାକିଥିଲେ।ତାଙ୍କ ମା ଆସି ପୂଅ ର ଏପ୍ରକାର ଅବସ୍ଥା ଦେଖି ତୁରନ୍ତ ବାସୁଦେବପୁର ଡାକ୍ତରଖାନା କୁ ନେଇ ଆସିଥିଲେ।ହେଲେ ବାସୁଦେବପୁର ଡାକ୍ତରଖାନା ରେ ପହଞ୍ଚିବା ପରେ ଡାକ୍ତର ଙ୍କ ସମସ୍ତ ଚେଷ୍ଟା ସତ୍ୱେ ରଞ୍ଜନ ଙ୍କୁ ବଞ୍ଚାଇ ପାରି ନଥିଲେ। ସୂଚନାଯୋଗ୍ୟ ରଞ୍ଜନ ହେଉଛନ୍ତି ବୃନ୍ଦାବନ ମଳିକ ଙ୍କ ପୁଅ ବୋଲି ଜଣାପଡ଼ିଛି।ଘର ଅଡୁଆଁ ଗ୍ରାମ ପଞ୍ଚାୟତ ରେ। ବୟସ ମାତ୍ର ୨୨ ବର୍ଷ।୨୨ ବର୍ଷ ର ଭେଣ୍ଡିଆ ପୁଅ କୁ ହରାଇ ପରିବାର ଲୋକ ଙ୍କ ଆଖି ରେ ଲୁହ ଶୁଖୁନି। ଅପର ପଟେ ରଞ୍ଜନ ଙ୍କ ମୃତ ଶରୀରର କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ଡାକ୍ତର ଙ୍କ ସୂଚନା ଅନୁସାରେ ସାପ କାମୁଡାରେ ଯୁବକ ଙ୍କ ମୃତ ହୋଇଛି ବୋଲି ମୃତ ଯୁବକ ଙ୍କ ମା କହିଛନ୍ତି।

Leave A Reply

Your email address will not be published.