କୁଣ୍ଡି ଗ୍ରାମ୍ଯ ଉନ୍ନୟନ ରାସ୍ତା ନିର୍ମାଣରେ ବିଳମ୍ବ ବ୍ୟାପକ ଅନିୟମିତତା କୁ ନେଇ ଗ୍ରାମ ବାସୀଙ୍କ ଅସନ୍ତୋଷ

6

ଖଇରା/ ବୁଲୁ ଲେଙ୍କା: ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଖଇରା – ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ସାରଡାଙ୍ଗ – କୁଣ୍ଡି ଭାୟା ବାରାକୁଟି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା (ସିଏମ ଆର ଏଲ) ନିର୍ମାଣରେ ବିଳମ୍ବ ଯୋଗୁଁ ଗ୍ରାମବାସୀମାନେ ଓ ଯାତ୍ରୀ ମାନେ ଏବେ ଶୋଚନୀୟ ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନ ପୂର୍ବରୁ ଠିକାଦାର ରାସ୍ତା ଖୋଳି ମାଟି ଫିଲିଙ୍ଗ କରି ଛାଡ଼ି ଦେଇଥିବାରୁ ସାଇକେଲ ଯିବା ପଛ କଥା ଗ୍ରାମବାସୀ ଓ ଯାତ୍ରୀ ମାନେ ଏବେ  ଚାଲି କରି ଯିବା ମୁସ୍କିଲ ହୋଇ ପଡ଼ିଛି। ଠିକାଦାର ବିରୋଧରେ କାର୍ଯ୍ୟନୁଷ୍ଠାନ ସହ ରାସ୍ତା କୁ ଯାତାୟତ ଉପଯୋଗୀ କରିବାକୁ ଗ୍ରାମର କେଶବ ନାୟକ, ଛାୟା କାନ୍ତ ମହାନ୍ତି, ଲକ୍ଷ୍ମଣ ମାଝୀ, ବାବୁ ମାଝୀ, ନିରାକରଣ ବେହେରା, ସଞ୍ଜୟ ମହାନ୍ତି, ରାଜେଶ କୁମାର ବାରିକ, ପ୍ରମୁଖ ଦାବି କରିଛନ୍ତି। ରାସ୍ତାର ଶିଳାନ୍ୟାସ ଚଳିତ ଜାନୁୟାରୀ ୨୩ ତାରିଖରେ କରାଯାଇ ରାସ୍ତା ନିର୍ମାଣ ପାଇଁ ୨ କୋଟି ୬୫ ଲକ୍ଷ ବ୍ୟୟବରାଦ କରାଯାଇଛି। ରାସ୍ତାଟି ଖଇରା, ସିମୁଳିଆର କିଛି ଅନୁନ୍ନତ ଗାଁକୁ ସଂଯୋଗ କରୁଥିବା ବେଳେ ବାରାକୁଟି ଭଳି ଆଦିବାସୀ ବହୁଳ ଗାଁ କୁ ପ୍ରଥମ କରି ପକ୍କା ସଡ଼କ ନିର୍ମାଣ ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ଗ୍ରାମବାସୀ ମାନେ ଖୁସି ସୀମା ଲଙ୍ଘି ଥିଲା, ହେଲେ ଶୁଭ ଦିଆଯିବାର ୩ ମାସ ପର୍ଯ୍ୟନ୍ତ ଠିକାଦାର ରାସ୍ତାରେ ମାଟି ମୁଠାଏ ପକାଇ ନଥିଲେ , ମାର୍ଚ୍ଚ ମାସପରେ ରାସ୍ତା ସଂପ୍ରସାରଣ ପାଇଁ ୨ ପାର୍ଶ୍ଵରେ ଖୋଳି ଦେଇ ଥିଲେ, ହେଲେ ସାରଡାଙ୍ଗ, ମିର୍ଜାପୁର, ବାରାକୁଟି, ଅରଖପଦା, ଭଳି ଗ୍ରାମବାସୀଙ୍କର ଯିବା ଆସିବାକୁ  ଦୃଷ୍ଟି ଦେଇ ନଥିଲେ, ଏବେ ଝିପିଝିପି ବର୍ଷା ପରେ କାଦୁଆ ପଚପଚ ହୋଇ ପଡ଼ିଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟ ହୋଇ ପଡ଼ୁଛି, ଏଣୁ ସ୍ଥାନୀୟ ବିଧାୟକ, ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.