ରାଷ୍ଟ୍ରୀୟ ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ

5

ଭୁବନେଶ୍ୱର: ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ ଓ ବାୟୁ ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଲୋକସେବାଭବନରେ କମିଟିର ଅଧ୍ୟକ୍ଷ ମୁଖ୍ୟଶାସନ ସଚିବ ଶ୍ରୀମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଜସ୍ୱ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ, ଇସ୍ପାତ ଓ ଖଣି ବିଭାଗ ଶ୍ରୀ ଦେଓରଂଜନ କୁମାର ସିଂ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବଶ୍ରୀ ସୁଶୀଲ କୁମାର ଲୋହାନୀ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ.କେ.ମୁରୁଗେସନଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ସଂପ୍ରତି କ୍ରମାଗତ ଭାବେ ନିର୍ମାଣ କାର୍ଯ୍ୟ ହେବା ଯୋଗୁଁ ତତ୍ ଜନିତ ସୃଷ୍ଟି ହେଉଥିବା ବର୍ଜ୍ୟ ପଦାର୍ଥ, ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି, ଯାନବାହାନ ଚଳାଚଳ ବୃଦ୍ଧି, ଅନିୟତ ଭାବରେ ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁକୁ ଜଳାଯିବା ଏବଂ ଶୀତଦିନେ ପ୍ରଦୁଷଣ ସୃଷ୍ଟିକାରୀ କାରକଗୁଡ଼ିକ ସହଜରେ ବାୟୁରେ ନମିଶିବା ଫଳରେ ବାୟୁପ୍ରଦୁଷଣ ମାତ୍ରା ବୃଦ୍ଧିସଙ୍ଗେ ସଙ୍ଗେ ବାୟୁର ଗୁଣବତ୍ତାମାନର ଉନ୍ନତିରେ ବାଧକ ହେଉଛି।ଏହାକୁ ଦୃଷ୍ଟିରେ ରଖି ଭାରତରେ ୨୦୧୯ ମସିହାରେ ଜାତୀୟ ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ (ଏନସିଏପି) ରେ ଆରମ୍ଭ ହୋଇଥିଲା ଏବଂ ଦେଶରେ ବିଭିନ୍ନ ସହରରେ ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏହାର ଲକ୍ଷ୍ୟ ରହିଛି । ଆଗାମୀ ୨୦୨୬ ସୁଦ୍ଧା ଭାରତରେ ବାୟୁର ଗୁଣ ବତ୍ତାବୃଦ୍ଧି ଲକ୍ଷ୍ୟ ରହିଥିବା ଦେଶର ୧୩୧ଟି ସହର ମଧ୍ୟରେ ଓଡ଼ିଶାର ୭ଟି ସହର ରହିଛି। ସେଗୁଡିକ ହେଲା ରାଉରକେଲା, ତାଳଚେର, ଅନୁଗୋଳ, ବାଲେଶ୍ୱର, କଳିଙ୍ଗନଗର, କଟକ ଓ ଭୁବନେଶ୍ୱର।ଏଥି ସହିତଶିଳ୍ପ ବହୁଳ ରାଜଗାଙ୍ଗପୁର,ଝାରସୁଗୁଡା, ବେଲପାହାଡ, ବଣାଇ, କେନ୍ଦୁଝର, ଅନୁଗୋଳ,କଳିଙ୍ଗନଗର, ପାରାଦ୍ୱୀପ ଭଳି ସହରଗୁଡିକ ମଧ୍ୟ ରାଜ୍ୟ ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ନେଇ ପ୍ରସ୍ତାବ ରହିଛି।
ରାଷ୍ଟ୍ରୀୟ ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ବୃଦ୍ଧି ପାଇଁ କାନପୁରରେଏକ ଜାତୀୟଜ୍ଞାନ ନେଟଓ୍ୱାର୍କ ବିକଶିତ କରାଯାଇଛି, ଯାହା କି ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାରୀ ଅନୁଷ୍ଠାନ ଓ ସଂସ୍ଥାମାନଙ୍କ ଦକ୍ଷତା ବୃଦ୍ଧି ସହ ସମନ୍ୱୟ ରକ୍ଷା କରୁଛି।ଆମ ରାଜ୍ୟରେ ରାଜ୍ୟସ୍ତରୀୟ ପରିଚାଳନା କମିଟି, ବାୟୁର ଗୁଣାତ୍ମକ ମାନ ତଦାରଖ କମିଟି ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ରହିଛି । ବୈଠକରେ ରାଜ୍ୟରେ ବର୍ତ୍ତମାନ ଥିବା ବିଭିନ୍ନ ସହରର ବାୟୁର ଗୁଣବତ୍ତା ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା।ବୈଠକରେ ଏନସିଏପି ପାଣ୍ଠି ଉପଯୋଗ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରାଯିବା ସହ ଆଗାମୀ ୨ ବର୍ଷରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ତଦାରଖ ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼କରାଯିବ, ନିର୍ଦ୍ଦିଷ୍ଟଅଂଚଳଭିତ୍ତିରେକାର୍ଯ୍ୟକ୍ରମ ଗ୍ରହଣ ଆଦି ସଂପର୍କରେଆଲୋଚନା କରାଯାଇଥିଲା।ମୁଖ୍ୟଶାସନ ସଚିବ ବିଭିନ୍ନ ସହରରେ ବାୟୁର ଗୁଣବତ୍ତା ସ୍ଥିତିର ସଠିକ ଅଧ୍ୟୟନ ଏବଂ ବାୟୁର ଗୁଣବତ୍ତା ସ୍ଥିତି ଭଲରହିଥିବା ଦେଶର ଅନ୍ୟ ସହରର ଉତ୍ତମ ଅଭ୍ୟାସକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ସହଯୋଗୀ ସଂସ୍ଥାମାନଙ୍କ ସହିତ ସମନ୍ୱୟ ରକ୍ଷାକରି ଓଡ଼ିଶାର ଏନସିଏପି ସହର ଭାବେ ଚିହ୍ନଟ ସହରଗୁଡ଼ିକରେ ଦୀର୍ଘକାଳୀନ ସୂତ୍ରରେ ବାୟୁର ଗୁଣବତ୍ତା ବୃଦ୍ଧିପାଇଁ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.