ଅଲ୍‌ ଓଡ଼ିଶା ପେଣ୍ଟିଙ୍ଗ୍ ଆର୍ଟିଷ୍ଟ ୱାର୍କର୍ସ ଆସୋସିଏସନର ଜଗତସିଂହପୁର ଜିଲ୍ଲା ସମ୍ମିଳନୀ ଓ ରଙ୍ଗ ତୂଳା କଳାକାରଙ୍କ ଶୋଭାଯାତ୍ରା

6

ଜଗତସିଂହପୁର ତା -୨୪/୦୭/୨୦୨୪ ସୁମନ୍ତକୁମାର ଦାସ: ଅଲ୍‌ ଓଡ଼ିଶା ପେଣ୍ଟିଙ୍ଗ୍ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏସନର ଜଗତସିଂହପୁର ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ଜିଲ୍ଲାରେ ରଙ୍ଗ ତୂଳୀ ଦ୍ୱାରା ବିବାହ ଓ ବ୍ରତଘର ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ସାଇନ ବୋର୍ଡ, ବ୍ୟାନର, ଚିତ୍ର ମାଧ୍ୟମରେ ସହର ସୌନ୍ଦର୍ଯ୍ୟ କରଣ, ପ୍ରାଚିର ବିଜ୍ଞାପନ, ମନ୍ଦିର ଏବଂ ମୂର୍ତ୍ତି କାମକରି ପରିବାର ପ୍ରତିପୋଷଣ କରୁଥିବା ଭଙ୍ଗ ତୂଳୀ କଳାକାରଙ୍କ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଉଛି । ଏହି ଶୋଭାଯାତ୍ରା ପୋଷ୍ଟାଲ ଛକ ଠାରୁ ବାହାରି ସହରର ବିଭିନ୍ନ ପ୍ରତି ମୂର୍ତ୍ତୀରେ କଳାକାର ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଦୂର୍ଗା ବଜାର ନିକଟ ତ୍ରିନାଥ ମଣ୍ଡପ ସମ୍ମିଳନୀ କକ୍ଷ ନିକଟରେ ପହଞ୍ଚି ଥିଲା I ରଙ୍ଗ ତୂଳୀ କଳାକାରଙ୍କ ଜୀବନ ଜୀବିକାକୁ ସୁରକ୍ଷା କରିବା ସହିତ ପରିବେଶ ଓ ପ୍ରକୃତିକୁ ରକ୍ଷା କରିବାର ଲକ୍ଷ ନେଇ ୩୦ ଅପ୍ରେଲ ୨୦୧୫ ମସିହାରୁ ଏହି ସଂଘ ଗଠନ ହୋଇଛି । ଫ୍ଲେକ୍ସ୍ ପ୍ରିଣ୍ଟ ଆସିବା ପରେ ରଙ୍ଗ ତୂଳୀ କଳାକାରଙ୍କ ଜୀବିକା ଉପରେ ବହୁତ ପ୍ରଭାବ ପଡିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆର୍ଟ ଦୋକାନ ସବୁ ବନ୍ଦ ହୋଇଗଲା । ଯାହାର ଆର୍ଥୀକ ସମ୍ବଳ ଥିଲା ସେମାନେ ବାଧ୍ୟହୋଇ ସେହିଯାଗାରେ ଫ୍ଲେକ୍ସ୍ ୟୁନିଟ୍ ପ୍ରତିଷ୍ଠା କଲେ ଏବଂ ଅଧିକାଂଶ ଏହି ଜୀବିକା ଛାଡି ଅନ୍ୟପନ୍ଥା ଅବଲମ୍ବନ କଲେ ଫଳରେ ସାଇନ ବୋର୍ଡ, ବ୍ୟାନର ଲେଖୁଥିବା କୁଶଳୀ ଆର୍ଟିଷ୍ଟ ଆଉ ତିଆରି ହେଲେନାହିଁ l ଫ୍ଲେକ୍ସ୍ ପତିଆରା ଦିନକୁ ଦିନ ବଢିଚାଲିଲା । କେବଳ ବିଭିନ୍ନ କମ୍ପାନୀର ପ୍ରାଚୀର ବିଜ୍ଞାପତ ସହିତ ଜଡିତ ଥିବା ଆଟିଷ୍ଟ ବଞ୍ଚି ରହିଲେ । ରାଜ୍ୟର ବିଭିନ୍ନ ଆର୍ଟ କଲେଜରେ ଶିକ୍ଷା ଶେଷ କରିଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଡିଜିଟାଲ ପ୍ରିଣ୍ଟିଙ୍ଗ ମେସିକ ଆରିବାଦ୍ୱାରା ପ୍ରଭାବିତ ହେଲେ । ପୂର୍ବରୁ ରଙ୍ଗ ତୂଳୀ କଳାକାର ମାନେ ସରକାରଙ୍କ ଉପରେ ନିର୍ଭର ନଥିଲେ ନିଜ ନିଜ ଅଞ୍ଚଳରେ କାମକରି ସ୍ୱାଭିମାନର ସହ ବଞ୍ଚିବା ସହିତ ଅଞ୍ଚଳରେ ନିଜର ପରିଚୟ ସୃଷ୍ଟି କରିପାରୁ ଥିଲେ । ଯେତେ ନୂଆ ନୂଆ ଟେକ୍ନୋଲୋଜି ଆସିଲେ ମଧ୍ୟ ରଙ୍ଗ ତୂଳୀ କଳାକାରଙ୍କ ଆବଶ୍ୟକତା ଅଛି ରହିବ ମଧ୍ୟ କିନ୍ତୁ ସ୍ୱତନ୍ତ୍ରତାର ୭୭ ବର୍ଷ ବିତି ଯାଇଥିଲେବି ଏହି ବର୍ଗର କଳାକାରଙ୍କ ପ୍ରତି କୌଣସିବି ସରକାର ଧ୍ୟାନ ଦେଇନାହାନ୍ତି । ଏଣୁ ଏହି ରଙ୍ଗ ତୂଳୀ କଳାକାରଙ୍କ ଜୀବନ ଜୀବିକାର ସୁରକ୍ଷା ସହିତ ସ୍ୱାଭିମାନ ସହ ବଞ୍ଚିବା ପାଇଁ ଆସୋସିଏସନ ପକ୍ଷରୁ ସ୍ୱତନ୍ତ୍ର ରଙ୍ଗ ତୂଳୀ କଳାକାର କଲ୍ୟାଣ ବୋର୍ଡ଼ ଗଠନ, ବୋର୍ଡ଼ ମାଧ୍ୟମରେ କାମ ଓ ସାମାଜିକ ସୁରକ୍ଷା, ବର୍ତ୍ତମାନ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ପେଣ୍ଟିଙ୍ଗ କାମକୁ ଲାଭଖୋର ଠିକାଦାର ପ୍ରତିବଦ ଳେ ସଂଘର ଆଞ୍ଚଳିକ କମିଟି ଦ୍ଵାରା କରାଇବା, ରଙ୍ଗ ତୂଳୀ କଳାକାରଙ୍କୁ ପେନସନ ସହାୟତା, ପରିବେଶ ଓ ଜୀବିକା ବିନାଶ କାରୀ ଫ୍ଲେକ୍ସ ବ୍ୟବହାରକୁ ବ୍ୟାନ କରିବା, ୨୦ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ୧୦ଲକ୍ଷ ଟଙ୍କା ସ୍ୱଭାବିକ ମୃତ୍ୟୁ ଜନିତ ସହାୟତା ପରିବାରକୁ ପ୍ରଦାର କରିବା ଆଦି ୧୨ ଦଫା ଦାବିକୁନେଇ ସଂଘ ପକ୍ଷରୁ ଲଢେଇ ଜାରିଅଛି । ସଂଘର ସମ୍ମିଳନୀ ପ୍ରକ୍ରିୟା ଜଗତସିଂହପୁର ଜିଲ୍ଲାରୁ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ସମ୍ମିଳନୀ ଶେଷହେବା ପରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ପ୍ରକ୍ରିୟାରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂତନ କର୍ମକର୍ତ୍ତା ଚୟନ କରାଯିବ ଏବଂ ସଂଘର ଆଗାମୀ କାର୍ଯ୍ୟକ୍ରମ ଓ ରଣ କୈାସକ ସ୍ଥିର କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି l ସଂଘର ବିଭିନ୍ନ ଜିଲ୍ଲା କମିଟି ପ୍ରମୁଖ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଭାଗ ନେବାସହ ଜଗତସିଂହପୁର ଜିଲ୍ଲାର ଶତାଧିକ ରଙ୍ଗ ତୂଳୀ କଳାକାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ପ୍ରଭାତ ନଳିନୀ କାଣ୍ଡି ,ସମ୍ପାଦକ ଜ୍ୟୋତିରଞ୍ଜନ ରାଏ , ନାରାୟଣ ଦାସ, ଲୋକନାଥ ଦାସ, ମୋହନ ଚରଣ ଦାସ, ଲଳିତ ମୋହନ ଭୋଇ, ଲାଲା ମନୋଜ କୁମାର ରାଏ, ମନୋଜ ସାହୁ, ସିଦ୍ଧେଶ୍ବର ଖଟୁଆ,ଶରତ ବାରିକ,ସୌମିତ୍ର ସେନାପତି, ସାଗର କାଣ୍ଡି , ଶାରଦା ଚରଣ ଦାସ, ବିଭୁଦତ୍ତ ସେଠି, ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।

Leave A Reply

Your email address will not be published.