ବାସୁଦେବପୁର -ବାସୁଦେବପୁର ବ୍ଳକ ଅନ୍ତର୍ଗତ ମଲ୍ଲିକାଦେଇପୁର କ୍ଲଷ୍ଟର ର ଭଗବାନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ସେଠୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜେନ୍ଦ୍ର ସାର୍ ୧୯୯୦ ମସିହା ରେ ପ୍ରଥମେ ଶିକ୍ଷକ ଭାବରେ ନିଯୁକ୍ତି ହୋଇ ଦୀର୍ଘ ୩୪ ବର୍ଷ ଧରି ଶିକ୍ଷକତା କରିବା ପରେ ଆଜି ତାଙ୍କୁ ଅବସର ନେବାକୁ ପଡିଛି। ସରକାର ଙ୍କ ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ଚାକିରି କରିବାକୁ ପଡ଼ିଥାଏ, ସେହି ନିୟମ ଅନୁସାରେ ମୁଁ ଆଜି ଅବସରପ୍ରାପ୍ତ କରୁଛି କାଲି ଆଉ କିଏ ଅବସରପ୍ରାପ୍ତ ହେବେ। ଏହି ବିଦାୟ ସମୟରେ ବରିଷ୍ଠ ଶିକ୍ଷକ ନିର୍ମଳ କୁମାର ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ କରୁଣାକର ମଳିକ , ମୂଖ୍ୟ ବକ୍ତା ଭାବରେ ଶଶିକାନ୍ତ ପତି, ସମ୍ମାନିତ ଅତିଥି ଭାବେ ଶାନ୍ତନୁ କୁମାର ପଳିତା, କିଶୋର କୁମାର ଦାସ, ଶଶିକାନ୍ତ ପତି,ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମାଳବିକା ମାଝୀ, ମନୋରଞ୍ଜନ ବେହେରା ସ୍କୁଲ ପରିଚାଳନା କମିଟିର ସଭାପତି ଇନ୍ଦ୍ରମଣି ନାୟକ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଏବଂ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ଉକ୍ତ ସଭାରେ ଉପସ୍ଥିତ ଅତିଥିମାନେ ଅବସର ଶିକ୍ଷୟିତ୍ରୀ ଙ୍କ ଶିକ୍ଷାଦାନ ର ପଦ୍ଧତି ଓ ତାଙ୍କର ବହୁମୁଖି ପ୍ରତିଭା ଏବଂ ଆଦର୍ଶ ର ଗୁଣ ଗାନ କରିବା ସହିତ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ଉପଢ଼ୌକନ , ମାନପତ୍ର ସହିତ ପୁଷ୍ପଗୁଚ୍ଛ ଏବଂ ଉପହାର ମାନ ଦେଇ ସମ୍ବର୍ଦ୍ଧନା କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଳବିକା ମାଝୀ ମାନପତ୍ର ପାଠ କରିଥିଲେ। ବିଦାୟ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବସର ଶିକ୍ଷକ ରାଜେନ୍ଦ୍ର ସେଠୀ ମନଲଗାଇ ପାଠ ପଢିବା ସହିତ ବାପାମା ଙ୍କ ସହିତ ଗୁରୁ ମାନଙ୍କ କଥା ମାନିଲେ ଜୀବନରେ ଜଣେ ଭଲ ମଣିଷ ହେବା ସହିତ ଦେଶର ନାମ ରଖିବ ବୋଲି ଉପଦେଶ ଦେଇଥିଲେ। ଶେଷରେ ପିଲାମାନଙ୍କ ସହିତ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଅବିଭାବକ ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.